କୋଲଡ ଡ୍ରିଙ୍କ୍‌ ପିଉଥିବା ସମୟରେ ମୁହଁକୁ ଆସିଲା ମଲା ଝିଟିପିଟି, ଯୁବତୀ ହେଲେ ଅସୁସ୍ଥ

କୋରବା: କୋରବାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ କୋଲଡ ଡ୍ରିଙ୍କ୍‌ ପିଉଥିବା ସମୟରେ ତାଙ୍କ ପାଟି ଭିତରକୁ ଏକ ମଲା ଝିଟିପିଟି ଚାଲି ଯାଇଥିଲା। ଏହାପରେ ଯୁବତୀଙ୍କୁ ବାନ୍ତି ହେବା ସହିତ ତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହୋଇ ପଡ଼ିଥିଲା। ତେଣୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସୂଚନାମୁତାବକ, ପାର୍ଷଦ ହିର ସାହୁଙ୍କ ୧୮ବର୍ଷୀୟ ଝିଅ କିରଣ ସାହୁ ଶନିବାର ସନ୍ଧ୍ୟାରେ ପାଖ ଦୋକାନରୁ ୨୫୦ ଏମ୍‌ଏଲ୍‌ର ସିଲବନ୍ଦ ଥିବା ଏକ ଥମସପ୍‌ ବତୋଲ ଆଣିଥିଲେ ଓ ସିଧାସଳଖ ତାକୁ ପାଟି ଲଗାଇ ପିଇବାକୁ ଲାଗି ଥିଲେ। ଏହି ସମୟରେ ତାଙ୍କ ମୁହଁ ଭିତରକୁ କ’ଣ ଗୋଟେ ଚାଲି ଯାଇଥିବା ସେ ଜାଣିବାକୁ ପାଇଲେ। ଯେତେବେଳେ ସେ ବୋତେଲ ଦେଖିଥିଲେ ତା’ ଭିତରେ ଏକ ମଲା ଝିଟିପିଟି ଥିବା ଜାଣିବାକୁ ପାଇଥିଲେ।

ଏହି କୋଲଡ ଡ୍ରିଙ୍କ୍‌ଙ୍କୁ ପିଇଥିବା କାରଣରୁ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ତାଙ୍କୁ ଚିକିତ୍ସା କାରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର