କୋଟା: ରାଜସ୍ଥାନର କୋଟାରୁ ଏକ ହାସ୍ୟାସ୍ପଦ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ରାମପୁରା କୋତୱାଲି ପୁଲିସ ଷ୍ଟେସନ ଅଞ୍ଚଳରୁ ଜଣେ ମଦ୍ୟପ ଯୁବକ ଏବଂ ମହିଳା ପୁଲିସ ଜିପ୍ ଉପରେ ଚଢ଼ି ହାଇଭୋଲଟେଜ୍ ଡ୍ରାମା କରିଥିଲେ। ଭିଡିଓରେ ଯୁବକ ଜଣକ ମଦ୍ୟପାନ କରି ଟଳମଳ ହେଉଥିବା ବେଳେ ଯୁବତୀ ଜଣକ ଉଚ୍ଚସ୍ବର କରି ହଙ୍ଗାମା କରୁଥିବା ନଜର ଆସୁଛି।
ପୁଲିସ ଉକ୍ତ ପ୍ରେମୀଯୁଗଳଙ୍କୁ ହେପାଜତକୁ ନେଇ ଜେରା କରୁଛି। ଯୁବକ-ଯୁବତୀଙ୍କ ବିରୋଧରେ ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।ଇନ୍ସପେକ୍ଟର ରାମେଶ୍ୱର ଲାଲ କହିଛନ୍ତି, "ଉଭୟ ରାମପୁରର ବାସିନ୍ଦା ଥିବା ଜଣାପଡ଼ିଛି।
ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆଜିକାଲିର ପିଲାମାନେ ଡରଭୟ, ମାନସମ୍ମାନ ସବୁକିଛିର ସୀମା ଟପି ଗଲେଣି। ଏପରି ଘଟଣା ପ୍ରଥମଥର ନୁହେଁ। ପୂର୍ବରୁ ଜନଗହଳିପୂର୍ଣ୍ଣ ରାସ୍ତାରେ ଏପରି ଘଟଣା ଘଟି ସାରିଛି। ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଗଲେ ହିଁ ଏପରି ମାମଲା ହ୍ରାସ ପାଇବ ବୋଲି ଆଶା କରାଯାଉଛି।’