ନୂଆଦିଲ୍ଲୀ: କୋଟା ଜଙ୍କସନରୁ ୪ବର୍ଷର ନିରୀହ ଶିଶୁକୁ ଜଣେ ବ୍ୟକ୍ତି ଅପହରଣ କରି ନେଉଥିବାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ନିରୀହ ଶିଶୁକୁ ଅପହରଣ କରିବାର ଘଟଣାକୁ ଦୁଇଦିନ ବିତିଯାଇଥିଲେ ସୁଦ୍ଧା ପୁଲିସକୁ ଏଯାବତ ଅପହରଣକାରୀଙ୍କ କୌଣସି ସୂଚନା ମିଳିପାରିନାହିଁ।
ଜିଆରପି ଥାନା ଅଧିକାରୀ ସନ୍ତୋଷ କୁମାର ଶର୍ମା କହିଛନ୍ତି, ମଇ ୬ ତାରିଖ ସକାଳ ୯ଟା ସମୟରେ କୋଟାର କେଥୁନ୍ ନିକଟସ୍ଥ କେଦାରସୁଲପୁରର ଜାଲଖେଡା ନିବାସୀ ଓମ୍ ପ୍ରକାଶ ପ୍ରଜାପତି ଅଭିଯୋଗ କରିଛନ୍ତି କି, ସେ କୋଟାରୁ ଫିରୋଜାବାଦ ଯିବା ପାଇଁ ରେଳ ଷ୍ଟେସନରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସହିତ ଥିବା ୪ବର୍ଷ ଶିଶୁ ଲାବିଶ କୁମାର ବି ଥିଲା। ଟ୍ରେନ ଆସିବା ସମୟ ହୋଇଯାଇଥିବା ବେଳେ ସେ ଜିନିଷ ପତ୍ର ସଜାଡ଼ିବାରେ ବ୍ୟସ୍ତ ହୋଇଯାଇଥିଲେ । ଏହି ସମୟରେ ହଠାତ ତାଙ୍କ ପାଖରୁ ପୁଅ ନିଖୋଜ ହୋଇଯାଇଥିଲା।
ଓମ୍ ପ୍ରକାଶ ପ୍ରଜାପତିଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଅପହରଣକାରୀ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି। ଏଥିସହିତ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଯେଉଁଥିରେ ପ୍ଲାଟଫର୍ମ ନମ୍ବର ୧ରୁ ଜଣେ ବ୍ୟକ୍ତି ଲାବିଶଙ୍କୁ କାଖେଇ ମୁହଁରେ ଧଳା କାମୁଛା ପକାଇ ଘଟଣାସ୍ଥଳରୁ ଚମ୍ପଟ ମାରୁଥିବାର ଦେଖିବାକୁ ମିଳୁଛି। ପୁଲିସ ଏହି ସିସିଟିଭି ଫୁଟେଜ ଜରିଆରେ ଅପହରଣକାରୀକୁ ଚିହ୍ନଟ କରିବାକୁ ଉଦ୍ୟମ ଜାରି ରଖିଛି।
Kota: गोद में चुपचाप बच्चे को उठा ले गया किडनैपर, हर मां-बाप को अलर्ट कर देगा ये VIDEO#Rajasthan#kota#CCTVFootage#viralpic.twitter.com/4IcOREbTxk
— NDTV Rajasthan (@NDTV_Rajasthan) May 7, 2024
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/65ddaaca-8518-40f1-abb8-a46b6cba8097.jpg)