ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସରକାରୀ ଡାକ୍ତରଖାନାର ଜଣେ ହେଲପର ୟୁଟ୍ୟୁବ ଦେଖି ରୋଗୀଙ୍କ ଇସିଜି କରୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ଲୋକ ଅସନ୍ତୋଷ ବ୍ୟକ୍ତ କରିବା ସହିତ ରୋଗୀଙ୍କ ଜୀବନ ସହିତ ଖେଳୁଥିବା ହେଲପର ଓ ହସ୍ପିଟାଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି।
ତେବେ ସରକାରୀ ଡାକ୍ତରଖାନାରେ ଜଣେ ହେଲପରକୁ ଏଭଳି ଇସିଜି କରୁଥିବା ଦେଖି ରୋଗୀଙ୍କ ସମ୍ପର୍କୀୟ କାରଣ ପଚାରିବାରୁ ସେ କହିଥିଲେ, ‘ଦୀପାବଳି ପାଇଁ ଲ୍ୟାବ ଟେକନିସିଆନ ଛୁଟିରେ ଅଛନ୍ତି। ହସ୍ପିଟାଲରେ କର୍ମଚାରୀ ବି କମ ଅଛନ୍ତି ସେଥିପାଇଁ ମୁଁ ୟୁଟ୍ୟୁବ ଦେଖି ଇସିଜି କରିବାକୁ ଉଦ୍ୟମ କରୁଛି। ପୂର୍ବରୁ ବି ଅନେକ ରୋଗୀଙ୍କ ଏଭଳି ଭାବେ ଇସିଜି କରିଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/03/ESdH6eFRg9esQU1Ypu52.jpg)