ବନ୍ଧୁକ ଧରି ଭିିଡିଓ ପୋଷ୍ଟ କରିବା ମହିଳା କନେଷ୍ଟବଳଙ୍କୁ ମହଙ୍ଗା ପଡ଼ିଲା, ଦେବାକୁ ପଡ଼ିବ ୧.୮୨ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ମହିଳା କନେଷ୍ଟବଳଙ୍କୁ ମହଙ୍ଗା ପଡିଲା ବନ୍ଧୁକ ଧରି ଭିଡିଓ ପୋଷ୍ଟ କରିବା । ନିକଟରେ  ଆଗ୍ରାରେ ଅବସ୍ଥାପିତ କନଷ୍ଟେବଲ ପ୍ରିୟଙ୍କା ମିଶ୍ରା ବନ୍ଧୁକ ଧରି ଏକ ଭିଡିଓ ପୋଷ୍ଟ କରିଥିଲେ। ଆଉ ଏହି ଭିଡିଓ କିଛିଦିନ ମଧ୍ୟରେ ଭାଇରାଲ ହୋଇଯାଇଥିଲା।   ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରିଛି ବିଭାଗ । ଏହାସହ ପ୍ରିୟଙ୍କା ମିଶ୍ରାଙ୍କୁ ବିଭାଗକୁ ୧.୮୨ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି ।

୨୦୨୦ ଅକ୍ଟୋବରରେ ଚାକିରିରେ ଯୋଗ ଦେଇଥିଲେ ପ୍ରିୟଙ୍କା । ଅଗଷ୍ଟ ମାସରେ ସେ ବନ୍ଧୁକ ଧରି ଏକ  ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ତାଙ୍କୁ ଟର୍ମିନେଟ୍ କରାଯାଇଛି । ସେ ଗତ ୩୧ ତାରିଖରେ ଇସ୍ତଫା ପତ୍ର ଦେଇ ସାରିଛନ୍ତି । ତାଙ୍କର ଇସ୍ତଫା ପତ୍ରକୁ ଇଚ୍ଛାଧୀନ ଇସ୍ତଫା ଅନ୍ତର୍ଗତ କରାଯାଇପାରିବ ନାହିଁ । ତେଣୁ ଏଭଳି ସ୍ଥତିରେ ତାଙ୍କ ପ୍ରଶିକ୍ଷଣ ବାବଦରେ ହୋଇଥିବା ଖର୍ଚ୍ଚକୁ ସେ ଜରିମାନା ଆକାରରେ ପୈଠ କରିବେ ବୋଲି କହିଛନ୍ତି ଏସଏସପି ମୁନିରାଜ ।

ସୂଚନା ମୁତାବକ, ପ୍ରିୟଙ୍କାଙ୍କୁ ୨୨୫ ଦିନର ଟ୍ରେନିଙ୍ଗ ଦିଆଯାଇଥିଲା । ଏଥିରେ ଦୈନିକ ୨୦,୨୮ ଟଙ୍କା ଖର୍ଚ୍ଚ ହୋଇଥିଲା । ଏ ବାବଦକୁ ୧.୫୨ ଟଙ୍କା ହେଉଥିବାବେଳେ ବାକି ଅର୍ଥ ଅନ୍ୟ ଖର୍ଚ୍ଚ ବାବଦରେ ବୋଲି ନୋଟିସ୍ ହୋଇଛି । ତେବେ ଇସ୍ତଫା ପରେ ବି ପ୍ରିୟଙ୍କାଙ୍କ ଫ୍ୟାନ୍ ଫଲୋଅର୍ସ ବଢିବାରେ ଲାଗିଛନ୍ତି । ଚାକିରି ଛାଡିବା ପରେ ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତି କରିବେ ନଚେତ୍ ମଡେଲିଂରେ ପାଦ ଥାପିବେ ବୋଲି କହିଛନ୍ତି ପ୍ରିୟଙ୍କା ।

ସମ୍ବନ୍ଧିତ ଖବର