ମହିଳାଙ୍କୁ ଯୌନ ନିର୍ଯାତନା: ଫିଲ୍ମ ପ୍ରଯୋଜକଙ୍କ ନାଁରେ ଏତଲା

ଭୁବନେଶ୍ୱର: ମହିଳାଙ୍କୁ ଯୌନ ନିର୍ଯାତନା ଦେବା ନେଇ ମହିଳା ଥାନାରେ ଜଣେ ଫିଲ୍ମ ପ୍ରଯୋଜକଙ୍କ ବିରୋଧରେ ଅଭିଯୋଗ ହୋଇଛି। ପୁଲିସ ସଂପୃକ୍ତ ମହିଳାଙ୍କ ଅଭିଯୋଗକୁ ଗ୍ରହଣ କରି ତଦନ୍ତ କରୁଛି। କିନ୍ତୁ ଏଯାଏ ଥାନାରେ ମାମଲା ରୁଜୁ ହୋଇ ନାହିଁ।

ମିଳିଥିବା ସୂଚନା ମୁତାବକ, ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡ ଜଗନ୍ନାଥ ବିହାରରେ ଉକ୍ତ ଫିଲ୍ମ ପ୍ରଯୋଜକଙ୍କ କିଛି ଘର ରହିଛି। ସେହି ଘରେ ଜଣେ ମହିଳା ରହୁଥିଲେ। ସେହି ମହିଳାଙ୍କ ସହିତ ସଂପକ୍ତ ଫିଲ୍ମ ପ୍ରଯୋଜକଙ୍କ ଶାରୀରିକ ସମ୍ପର୍କ ଥିଲା। କିନ୍ତୁ ଗତ କିଛି ମାସ ହେବ ଫିଲ୍ମ ପ୍ରଯୋଜକଙ୍କ ସହିତ ତାଙ୍କ କୌଣସି ଏକ କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏ ନେଇ ସଂପୃକ୍ତ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି।

ଏଠାରେ ପ୍ରକାଶଥାଉକି, ସଂପୃକ୍ତ ଫିଲ୍ମ ପ୍ରଯୋଜକଙ୍କ ପୁଅଙ୍କୁ ଗତ କିଛି ମାସ ତଳେ ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମହିଳା ଥାନା ପୁଲିସ ଗିରଫ କରିଥିଲା। ପୁରୀ ଅଞ୍ଚଳରୁ ତାଙ୍କ ସହିତ ଅଭିନେତା ମଧ୍ୟ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର