ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖୀରୀ ଜିଲ୍ଲାର ନିଘାସନ ଥାନାର ଏକ ଗ୍ରାମର ଜଣେ ବ୍ୟକ୍ତି ଭୟରେ ତାଙ୍କ ସ୍ତ୍ରୀଙ୍କ ଦ୍ବିତୀୟ ବିବାହ କରି ଦେଇଥିବା ଘଟଣା ଚର୍ଚ୍ଚାରେ ରହିଛି। 

Advertisment

ସୂଚନାଯୋଗ୍ୟ, ଝାଡଖଣ୍ଡ ବାସିନ୍ଦା ରାଜବିନ୍ଦର କୌରଙ୍କ (୩୫)୧୮ବର୍ଷ ପୂର୍ବେ ଲକ୍ଷ୍ମୀପୁରର ଗୁରୁନାମ ସିଂହଙ୍କ ସହିତ ବିବାହ ହୋଇଥିଲା। ଗୁରୁନାମ ପେସାରେ ଜଣେ ଚାଷୀ ଅଟନ୍ତି। ଗୁରୁନାମଙ୍କ ବଡ଼ ପୁଅର ବୟସ ୧୮ବର୍ଷ ଥିବା ବେଳେ ଦ୍ବିତୀୟ ଓ ତୃତୀୟ ସନ୍ତାନଙ୍କ ବୟସ ୧୧ଓ ୧୦ବର୍ଷ ରହିଛି।

ଗୁରୁନାମ ସିଂହଙ୍କ ସ୍ତ୍ରୀ ରାଜବିନ୍ଦର କୌର ପଡ଼ିଶାରେ ରହୁଥିବା ସତନାମ ସିଂହଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏହି ଘଟଣା ବିଷୟରେ ଯେତେବେଳେ ଗୁରୁନାମ ଜାଣିବାକୁ ସେ ବିଚଳିତ ହୋଇ ଯାଇଥିଲେ। ପ୍ରଥମେ ସେ ଏ ପ୍ରସଙ୍ଗରେ ସ୍ତ୍ରୀକୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯଦି ସ୍ତ୍ରୀ ତାର ପ୍ରେମିକ ସହିତ ମିଶି କିଛି ଆକ୍ରମଣ କରେ। କାରଣ ପୂର୍ବରୁ ଏମିତି ଅନେକ ଘଟଣା ଘଟି ସାରିଛି। ଏହି ଭୟରେ ଗୁରୁନାମ ଗାଁରେ ପଞ୍ଚାୟତ ଡାକିଥିଲେ।

ପଞ୍ଚାୟତରେ ଗୁରୁନାମ ସ୍ତ୍ରୀର ପ୍ରେମକାହାଣୀ ଜଣାଇବା ସହିତ ପ୍ରେମିକ ସହ ତାର ବିବାହ କରିବାର ପ୍ରସ୍ତାବ ଦେଇଥିଲେ। ଗାଁଲୋକ ବି ଗୁରୁନାମ କଥାରେ ରାଜି ହୋଇଯାଇଥିଲେ। ଏହାପରେ ଗ୍ରାମବାସୀ ମିଶି ବିବାହ ପାଇଁ ଆୟୋଜନ କରିଥିଲେ। ଗୁରୁନାମ କୋହକୁ ଛାତି ତଳେ ଚାପି ଧରି ସ୍ତ୍ରୀ ରାଜବିନ୍ଦର କୌରଙ୍କ ବିବାହ ପ୍ରେମିକ ସତନାମ ସିଂହଙ୍କ କରାଇଥିଲେ। ବିବାହ ପରେ ସତନାମ ସିଂହ ବି ରାଜବିନ୍ଦର କୌରଙ୍କ ତିନି ପିଲାଙ୍କୁ ପାଖରେ ରଖି ସେମାନଙ୍କ ଦାୟିତ୍ବ ନେବ ବୋଲି ଗାଁଲୋକଙ୍କ ସାମ୍ନାରେ ପ୍ରତିଶୃତି ଦେଇଥିଲେ।

ରାଜବିନ୍ଦର କୌର ଦ୍ବିତୀୟ ବିବାହକୁ ନେଇ କହିଛନ୍ତି, ‘ମୁଁ ଗୁରୁନାମଙ୍କ ସହ  ଆଦୌ ଖୁସିରେ ନଥିଲି। କାରଣ ମୋର ପ୍ରତିଦିନ ଗୁରୁନାମଙ୍କ ମାଡ଼ରେ କଟିଥାଏ। ସେ ମୋତେ ନିର୍ଯାତନା ଦେଇ ଆସୁଥିଲେ। ମୋ କଷ୍ଟ ସମୟରେ ସତନାମ ସିଂହ ସାହାର ଦେଇଛନ୍ତି। ତେଣୁ ମୁଁ ତାଙ୍କ ସହିତ ରହିବାକୁ ନିଷ୍ପତ୍ତି ନେଇଛି।’