ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସିଦ୍ଧାରର୍ଥନଗର ଜିଲ୍ଲାରୁ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଘର ଲୋକ ପୁଅ ବିବାହକୁ ନେଇ ଏତେ ମାତ୍ରାରେ ଖୁସି ହୋଇଯାଇଛନ୍ତି କି ସେମାନେ ଜେସିବି ଓ ଘରର ଛାତ ଉପରେ ଛିଡ଼ା ହୋଇ ଟଙ୍କା ପରେ ଟଙ୍କା ଉଡ଼ାଇବାରେ ଲା୍ଗିଛନ୍ତି। 
ଭାଇରାଲ ହୋଇଥିବା ଭିଡିଓଟି ଦେବଲହବା ଗ୍ରାମର ନିବାସୀ ଅଫଜାଲ ଓ ଅରମାନଙ୍କ ବିବାହର ବୋଲି କୁହାଯାଉଛି। ଅଫଜାଲଙ୍କ ବିବାହକୁ ନେଇ ଘରଲୋକ ଖୁବ ଖୁସିଥିଲେ। ଏହି ଖୁସିକୁ ସେମାନେ ଜାହିର କରିବା ପାଇଁ ପୁଅ ଯେତେବେଳେ ବର ହୋଇ ବାହାରିଥିଲା ବରଯାତ୍ରୀଙ୍କ ଉପରେ ଘରଲୋକ ଟଙ୍କା ବର୍ଷା କରିଥିଲେ।
ପୁଅଘର ଲୋକ ଜେସିବି ଓ ଘର ଛାତ ଉପରେ ଛିଡ଼ା ହୋଇ ଲକ୍ଷ କି ଦୁଇ ଲକ୍ଷ ନୁହେଁ ପାଖାପାଖି ୨୦ଲକ୍ଷ ଟଙ୍କା ଉଡ଼ାଇ କାଗଜ ଭଳି ଉଡ଼ାଇ ଦେଇଛନ୍ତି।
କାଗଜ ଭଳି ଅଫଜାଲଙ୍କ ପରିବାର ଟଙ୍କା ଉଡ଼ାଘଇବା ଘଟଣା ସ୍ଥାନୀୟ ଅଞ୍ଚଳ ସମେତ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ଭିଡିଓ ଭାଇରାଲ ହେବାପରେ ଏହି ଘଟଣାକୁ କିଛି ଲୋକ ସମାଲୋଚନା କରୁଛନ୍ତି। ଏଥିସହିତ ଯେଉଁମାନେ ଏଭଳି ଟଙ୍କା ଉଡ଼ାଇଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି ବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/20/BMlMQJKZM9o174lEJmcO.jpg)
