ବାଲିଅନ୍ତା : ବାଲିଅନ୍ତା ଥାନା ପୁଲିସ ଆଜି ଏକ ଜମି ଠକେଇ ମାମଲାରେ ଜଣେ ବିଲ୍ଡରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବିଲ୍ଡର ଜଣକ ହେଲେ ମହମ୍ମଦ ତାବ୍ରିଜ୍ (୩୨)। ଆଜି ଭୋର ସମୟରେ ବାଲିଅନ୍ତା ଥାନା ଆଇଆଇସି ସୁଜିତ୍ ଦାସ୍ ପୁଲିସ୍ ଟିମ୍ ସହିତ ସ୍ଥାନୀୟ ପୁରୀ କେନାଲ ନିକଟରେ ଥିବା ମେଟ୍ରୋ ସ୍ୟାଟେଲାଇଟ୍ ସିଟିରେ ଅତର୍କିତ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା । ତାଙ୍କ ନିଜ ଘର ଖଣ୍ଡଗିରି ଥାନା ଅଞ୍ଚଳରେ ହୋଇଥିବା ବେଳେ ଅନେକ ସମୟରେ ନଖରା ଅଞ୍ଚଳରେ ବି ରହନ୍ତି। ହେଲେ ଗତକାଲି ସେ ବାଲିଅନ୍ତା ଅଞ୍ଚଳରେ ଥବା ମେଟ୍ରୋ ସ୍ୟାଟଲାଇଟ୍ ସିଟି ଆପାର୍ଟମେଣ୍ଟରେ ରହିଥିଲେ। ଏସଂପର୍କରେ ବିସ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଟିମ୍ ସେଠାରେ ଚଢ଼ଉ କରି ତାବ୍ରିଜକୁ କାବୁ କରି ନେଇଥିଲେ।
ତାବ୍ରିଜ ପାହାଳ ଅଞ୍ଚଳର ବଙ୍ଗୁଆରୀ ମୌଜାରେ ଥିବା ଅଢ଼େଇ କୋଟିରୁ ଅଧିକ ଟଙ୍କାର ଜମିର ନକଲି କାଗଜପତ୍ର ପ୍ରସ୍ତୁତ କରି ଅନ୍ୟ ଜଣକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଥିଲା। ୨୦୧୫ ମସିହା ମାର୍ଚ୍ଚ ମାସରେ ଭୁବନେଶ୍ୱର ନୂଆପଲ୍ଲୀ ଥାନା ଅଞ୍ଚଳର ଦେବ ରାୟ ନାମକ ଜଣେ ବ୍ୟକ୍ତି ଏ ସଂକ୍ରାନ୍ତରେ କୋର୍ଟ ଓ ଥାନାର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଆଜି ତାବ୍ରିଜ୍କୁ ପୁଲିସ ଧରିବାରେ ସମର୍ଥ ହୋଇଥିଲା। ଆହୁରି ଅନେକ ଜମି ଠକେଇ ମାମଲାରେ ମଧ୍ୟ ସେ ସଂପୃକ୍ତ ଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/jail-a-1.jpg)