ଲାପଟପ୍‌ ଓ ମୋବାଇଲ୍‌ ଚୋର ଗିରଫ

ଖଣ୍ଡଗିରି : ଘରେ ପଶି ଲାପଟପ୍‌ ଓ ମୋବାଇଲ୍‌ ଫୋନ୍‌ ଚୋରି କରୁଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଚନ୍ଦକା ଥାନା ପାଇକରାପୁର ଗାଁର ବିକାଶ କୁମାର ସାହୁ(୨୫)। ପୁଲିସ ତା’ ନିକଟରୁ ଏକ ଲାପଟପ୍‌ ଓ ମୋବାଇଲ୍‌ ଫୋନ୍‌ ଜବତ କରିଛି।

ପୁଲିସ ସୂଚନାନୁସାରେ ଗତ ଜୁନ୍‌ ମାସରେ ସୌଭାଗ୍ୟନଗରରେ ରହୁଥିବା ଓୟୁଏଟିର ବୈଜ୍ଞାନିକ ରାମକିଶୋର ସିଂ ବୈଶ୍ୟଙ୍କ ଘରୁ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ତାଙ୍କର ଏକ ଲାପଟପ୍‌ ଓ ମୋବାଇଲ୍‌ ଫୋନ୍‌ ଚୋରି କରି ନେଇଥିଲେ। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରିଥିଲା। ପରେ ଜଣାପଡ଼ିଥିଲା ଯେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଏକ ଫାଷ୍ଟଫୁଡ୍‌ ଦୋକାନ କରିଥିବା ବିକାଶ ହିଁ ଏଥିରେ ସମ୍ପୃକ୍ତ। ତା’କୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ସତ ମାନିଯାଇଥିଲା ଓ ପାଖରେ ରଖିଥିବା ଲାପଟପ୍‌ ମୋବାଇଲ୍‌ ଫୋନ୍‌ ପୁଲିସ ଜିମା ଦେଇଥିଲା।

ସମ୍ବନ୍ଧିତ ଖବର