ଲକ୍ଷ୍ମୌ: ଉତ୍ତରପ୍ରଦେଶର ବିଜନୌରରେ ଚୋରି ସହିତ ଜଡ଼ିତ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଚୋର ଆଶାଠାରୁ ଅଧିକ ଟଙ୍କା ପାଇ ଯାଇଥିବା ବେଳେ ଖୁସିରେ ତାର ହୃତଘାତ ହୋଇଥିବା ଜଣାପଡ଼ିଛି।
ବିଜନୌରର ଦେହାତ ଅଞ୍ଚଳରେ ଗତମାସରେ ହୋଇଥିବା ଚୋରି ଘଟଣାରେ ୨ଜଣ ଚୋରଙ୍କ ମଧ୍ୟରୁ ଜଣେ ଧରାପଡ଼ିବା ପରେ ଘଟଣା ସାମ୍ନାକୁ ଆସିଥିଲା। ପଚରାଉଚରା ସମୟରେ ବିଜନୌର ପୁଲିସ ସାମ୍ନାରେ ଚୋର ପୂରା ଘଟଣା ବଖାଣିଥିଲା।
/sambad/media/post_attachments/a26b4fc62a468b302742fb3a1a9f0a2ae9fb707bf271d307448382a83d32c193.jpg)
ବିଜନୌର ଏସପି ଧର୍ମବୀର ସିଂହଙ୍କ କହିବାନୁସାରେ, ୧୬ ଓ ୧୭ ଫେବ୍ରୁଆରି ରାତିରେ ୨ଜଣ ଚୋର ନୌଶାଦ ଓ ଏଜାଜ ନବାବ ହୈଦର ନାମକ ଜଣେ ବ୍ୟକ୍ତିଙ୍କ ପବ୍ଲିକ ସର୍ଭିସ ସେଣ୍ଟରରେ ପଶି ଚୋରି କରିଥିଲେ। ଏହି ଚୋରି ଘଟଣା ପରେ ହୈଦର ପୁଲିସରେ ଅଭିଯୋଗ କରି କହିଥିଲେ କି ତାଙ୍କ ସେଣ୍ଟରରୁ ୭ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଚୋରି ହୋଇଯାଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବୁଧବାର ନୌଶାଦ ଓ ଏଜାଜଙ୍କୁ ଗିରଫ କରି ଦୁହିଁଙ୍କ ଠାରୁ ୩.୭୦ଲକ୍ଷ ଟଙ୍କା ସହିତ ଏକ ବାଇକ ଜବତ କରିଛି ପୁଲିସ।
ନୌଶାଦର କହିବାନୁସାରେ, ଆମେ ଯେଉଁ ସ୍ଥାନକୁ ଚୋରି କରିବାକୁ ଯାଇଥିଲୁ ଏଜାଜ ସେଠାରେ ଟଙ୍କା ଭର୍ତ୍ତି ବ୍ୟାଗ ଦେଖି ଏତେ ଖୁସି ହୋଇଯାଇଥିଲା କି ତାର ହୃଦଘାତ ହୋଇଥିଲା। ଏହାପରେ ତାକୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାର ଚିକିତ୍ସା ବାବଦକୁ ୧.୫୦ଲକ୍ଷ ଖର୍ଚ୍ଚ ହୋଇଥିଲା। ଏପଟେ ମୁଁ ବି ଜୁଆରେ ୧.୫୦ଲକ୍ଷ ଟଙ୍କା ଲଗାଇ ଥିବା ବଳେ ହାରି ଯାଇଥିଲି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/download-1-1.jpg)