ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ନଡପୁର ପଞ୍ଚାୟତ ଅଧୀନ କଇଁଫୁଲିଆ ଗ୍ରାମରେ ଗୁରୁବାର ଚଢ଼ାଉକରି ବିପୁଳ ପରିମାଣ ନକଲି ବିଷାକ୍ତ ବିଦେଶୀ ମଦ ଜବତ କରାଯାଇଛି। ଓଡ଼ିଶାରେ ବିକ୍ରି ପାଇଁ ନିଷିଦ୍ଧ ଚୋରା ବିଦେଶୀମଦ ମଧ୍ୟ ଜବତ କରିଛି ବେତନଟୀ ଅବକାରୀ ବିଭାଗl

Advertisment

ମାଣତ୍ରୀ ଜାଗରମେଳାରେ ଲକ୍ଷଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବିପୁଳ ପରିମାଣର ନକଲି ବିଷାକ୍ତ ବିଦେଶୀମଦ ସମେତ ଓଡିଶାରେ ବିକ୍ରି ପାଇଁ ସମ୍ପୂର୍ଣ୍ଣ ନିଷିଦ୍ଧ ଚୋରା ବିଦେଶୀମଦ ବାହାର ଜିଲ୍ଲାରୁ ଆମଦାନୀ କରି କଇଁଫୁଲିଆ ଗ୍ରାମରେ ଗଚ୍ଛିତକରି ରଖାଯାଇଥିବା ବାବଦରେ ଖବରପାଇ ବେତନଟୀ ଅବକାରୀ ଥାନା ଅଧିକାରୀ ଖୁଣ୍ଟା ଓ ଉଦଳା ଅବକାରୀ ଟିମ ସମେତ ସଶସ୍ତ୍ର ପୁଲିସଫୋର୍ସ ସହାୟତାରେ ଗୁରୁବାର ଚଢ଼ାଉ କରିଥିଲେ।

ଆହୁରି ପଢ଼ନ୍ତୁ: Rahul Mamkutathil: ଯୌନ ନିର୍ଯାତନା ମାମଲାରେ ରାହୁଲ ମାମକୁଟାଥିଲଙ୍କୁ ହାଇକୋର୍ଟରୁ ଜାମିନ୍‌

ଚଢ଼ାଉ ସମୟରେ କଇଫୁଲିଆ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ଭିତରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ନକଲି ବିଷାକ୍ତ ବିଦେଶୀମଦ ସମେତ ଓଡିଶାରେ ବିକ୍ରୟ ପାଇଁ ସମ୍ପୂର୍ଣ୍ଣ ନିଷିଦ୍ଧ ଚୋରା ଦେଶିମଦ ଜବତ କରିଥିଲେ। ଜବତ ନକଲି ବିଷାକ୍ତ ବିଦେଶୀମଦର ପରିମାଣ ୧୬ଲିଟର ପାଖାପାଖି ହୋଇଥିବା ବେଳେ ଚୋରା ବିଦେଶି ମଦର ପରିମାଣ ୨ଶହ ୬୨ଲିଟର ପାଖାପାଖି ରହିଛିl ଏନେଇ ବେତନଟୀ ଅବକାରୀ ଥାନା ଅଧିକାରୀ ମାମଲା ରୁଜୁକରି ଅଧିକ ତଦନ୍ତ ଚଲାଇ ଥିବାବେଳେ ଫେରାର ଥିବା ଘର ମାଲିକକୁ ଗିରଫ କରିବାକୁ ଚଢ଼ାଉ ଜାରି ରଖିଛିl