ଭୁବନେଶ୍ୱର : ଏକୁଟିଆ ଦେଖି ଜଣେ ଯୁବତୀଙ୍କୁ ଅଶ୍ଲୀଳ ବ୍ୟବହାର କରିବା ଓ ଫୋନ ଲୁଟିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏମିତି ଏକ ଯୁବକକୁ ଯୁବତୀ ଜଣକ କାବୁ କରି ବୁହେ ଛେଚି ପୁଲିସ ଜିମାରେ ଦେଇଛନ୍ତି। ଏନେଇ ଯୁବତୀ ଜଣକ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନାମୁତାବକ ଆଜି ସକାଳ ପ୍ରାୟ ୯.୩୦ ସମୟରେ ଯୁବତୀ ଜଣକ ସେ ରହୁଥିବା ଜୟଦେବ ବିହାର ସ୍ଥିତ ଘରୁ ବାହାରି ନିଜ ଅଫିସକୁ ଯାଉଥିଲେ। ସେ ନୂଆପଲ୍ଲୀ ଏନ ୫ ନିକଟରେ ଥିବା ରାସ୍ତାରେ ଯାଉଥିବା ସମୟରେ ହଠାତ ବାବୁନା ନାହାକ ନାମକ ଜଣେ ଯୁବକ ତାଙ୍କ ପଛପଟୁ ଆସି ତାଙ୍କୁ ଅଶ୍ଲୀଳ ବ୍ୟବହାର କରିବା ଆରମ୍ଭ କରିଥିଲା। ଏହି ସମୟରେ ଆଖପାଖ ରେ କେହି ନଥିବା କାରଣରୁ ଯୁବତୀ ଜଣକ ଡରିଯାଇଥିଲେ। ଏହାର ସୁଯୋଗ ନେଇ ଯୁବକ ଜଣକ ତାଙ୍କୁ ଟଣାଓଟରା କରିବା ସହ ତାଙ୍କ ଫୋନଟିକୁ ଛଡ଼ାଇବାକୁ ଉଦ୍ୟମ କରିଥିଲା। ଯୁବତୀ ଜଣକ ମନରେ ଟିକେ ସାହାସ ଜୁଟାଇ ଯୁବକଙ୍କୁ ପ୍ରତିରୋଧ କରିଥିଲେ। ବେଶ କିଛି ସମୟ ପାଇଁ ଯୁବକ ଓ ଯୁବତୀ ସେଠାରେ ଧସ୍ତାଧସ୍ତି ହୋଇଥିଲେ। ଏହାପରେ ଯୁବକଙ୍କ ଅନ୍ୟ ଜଣେ ସହଯୋଗି ସନ୍ତୋଷ ରଥ ଆସିବାର ଦେଖି ଯୁବତୀ ଜୋରରେ ଚିତ୍କାର କରିବା ଆରମ୍ଭ କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ସନ୍ତୋଷ ସେଠାରୁ ଖସି ଚାଲିଯାଇଥିଲେ। ସ୍ଥାନୀୟ ଲୋକେ ସେଠାକୁ ଦଉଡ଼ି ଆସି ବୁବୁନାଙ୍କୁ କାବୁ କରି ମାଡ଼ ମରି ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଗିରଫ କରି ଥାନାକୁ ଆଣିଥିଲା। ଯୁବକଙ୍କ ନିକଟରୁ ପୁଲିସ ଯୁବତୀଙ୍କ ଫୋନ ଉଦ୍ଧାର କରିଥିଲା। ଏନେଇ ବୁବୁନାଙ୍କୁ ଅଧିକ ପଚରାଉଚରା କରିବାରୁ ସେ ତାର ସହଯୋଗୀ ସନ୍ତୋଷ ବିଷୟ ରେ ସେ ସବୁକଥା ପୁଲିସକୁ କହିଥିଲା। ପୁଲିସ ଅଚାନକ ସନ୍ତୋଷ ଲୁଚିଥିବା ସ୍ଥାନରେ ଚଢ଼ଉ କରି ତା ନିକଟରୁ ୬ଟି ମୋବାଇଲ ଫୋନ ଜବତ କରିଛି।
ଲୁଟେରାକୁ କାବୁ କଲେ ଯୁବତୀ
୨ ଗିରଫ, ୬ ମୋବାଇଲ୍ ଫୋନ୍ ଜବତ
/sambad/media/post_attachments/wp-content/uploads/2018/01/saroj-jubatinka-sahasikata.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)