ନୂଆଦିଲ୍ଲୀ: ଋଷିଆରେ ଜଣେ ଯୁବତୀ ଦୁଷ୍କର୍ମକାରୀଙ୍କ କବଳରୁ ବଞ୍ଚିବା ପାଇଁ ୩୦ଫୁଟ ଉଚ୍ଚରୁ ଡେଇଁ ପଡ଼ିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ପୁଲିସ ଠିକ ସମୟରେ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିବାରୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା।
ଏଭଳି ଏକ ଘଟଣା ଅଲତାଇ ଅଞ୍ଚଳର ବର୍ନାଲ ସହରରେ ଘଟିଛି। ୧୮ବର୍ଷିୟା ଯୁବତୀଙ୍କୁ ଦୁଇଜଣ ଯୁବକ ଜବରଦସ୍ତ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଯୁବତୀ ଜଣକ ଦୁଷ୍କର୍ମକାରୀଙ୍କ କବଳରୁ ବର୍ତ୍ତିବା ପାଇଁ ବହୁ ଚେଷ୍ଟା କରିଥିଲେ। କିନ୍ତୁ ଦୁଇଜଣ ଯୁବକ ଯୁବତୀଙ୍କ କୌଣସି କଥା ଶୁଣି ନଥିଲେ। ଫଳରେ କିଛି ଉପାୟ ନପାଇ ଯୁବତୀ ତିନିମହଲା ଉପର ଛାତକୁ ଚାଲି ଯାଇଥିଲେ। ଆଉ ସେଠାରୁ ଦୁଷ୍କର୍ମକାରୀଙ୍କ କବଳରୁ ରକ୍ଷା ପାଇବା ପାଇଁ ତଳକୁ ଡେଇଁ ପଡ଼ିଥିଲେ। ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ଯୁବତୀଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
/sambad/media/post_attachments/ef74707e66eb545dbc5c10b42ee3e83cb3c6458b58d50c45175595ea1a79efbb.webp)
ଯୁବତୀଙ୍କୁ ଉଦ୍ଧାର କରିଥିବା ପୁଲିସ କର୍ମଚାରୀଙ୍କ କହିବାନୁସାରେ, ଯୁବତୀଙ୍କୁ ଦୁଇଜଣ ଯୁବକ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବିଶେଷ ସୂତ୍ରରୁ ଖବର ମିଳିବା ପରେ ଆମେ ତୁରନ୍ତ ଘଟଣାସ୍ଥଳରେ ଆସି ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲୁ । କିନ୍ତୁ ଯୁବତୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସେ ଭୟଭୀତ ହୋଇ ୩୦ଫୁଟ ଉଚ୍ଚରୁ ତଳକୁ ଡେଇଁ ପଡ଼ିଥିଲେ। ଏହି ସମୟରେ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ଥିବାରୁ ଯୁବତୀଙ୍କୁ ଉଦ୍ଧାର କରି ନେଇଥିଲେ।