ଭୁବନେଶ୍ୱର : ନାସିର ଖାନ୍‌ଙ୍କର କାନପୁର କମ୍ପାନି ଫାଇନ୍‌ ଇଣ୍ଡିସେଲ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ଠକେଇ ମାମଲାରେ ଲେମନ ଏଣ୍ଟରଟେନ୍‌ମେଣ୍ଟର ପୂର୍ବତନ ନିର୍ଦ୍ଦେଶକ ମହମ୍ମଦ ଆରିଫ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଭୁବନେଶ୍ବରରୁ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ଲେମନ ଏଣ୍ଟରଟେନ୍‌ମେଣ୍ଟ ଲିମିଟେଡ୍‌ର ପୂର୍ବତନ ନିର୍ଦ୍ଦେଶକ ମହମ୍ମଦ ନାସିର ସମେତ ୭ଜଣ ଗିରଫ ହୋଇଥିଲେ। ନାସିର ଖାନ୍‌ଙ୍କ ଫାଇନ୍‌ ଇଣ୍ଡିସେଲ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ରେ କେବଳ ଓଡ଼ିଶାରୁ ୬ହଜାର ୫ଶହ ଲୋକ ପାଖାପାଖି ୫ଶହ କୋଟି ବିନିଯୋଗ କରିଥିଲେ। ସାରା ଦେଶରୁ ୨ ଲକ୍ଷ ଲୋକଙ୍କ ଠାରୁ କମ୍ପାନି କୋଟି କୋଟି ଟଙ୍କା ଠକି ନେଇଥିଲା। ଫିଲ୍ମ ତିଆରି ହେବା ପରେ ସବୁ ଅର୍ଥ ବହୁଗୁଣିତ ହୋଇ ଫେରସ୍ତ ଦିଆଯିବାକୁ ପ୍ରତିଶ୍ରୁତି ମିଳିଥିଲା। ବାଲେଶ୍ବରରେ ମାମଲା ହେବା ପରେ କ୍ରାଇମ୍‌ବ୍ରାଞ୍ଚ ଘଟଣାର ତଦନ୍ତ କରୁଥିଲା। ନାସିର କମ୍ପାନିର ୧୯୧ କୋଟିର ବ୍ୟାଙ୍କ୍‌ ଜମା ଜବତ ହୋଇଥିଲା।