ମୁଜାଫରନଗର: ଉତ୍ତରପ୍ରଦେଶର ସାମଲି ଜିଲ୍ଲାର ଏକ ସମଲିଙ୍ଗୀ ଦମ୍ପତି ବିବାହ କରିବା ପାଇଁ ପୁଲିସ୍ ସୁରକ୍ଷା ଦାବି କରିଛନ୍ତି। ସେମାନଙ୍କ ସଂପର୍କକୁ ପରିବାର ଲୋକ ଗ୍ରହଣ ନକରିବା କାରଣରୁ ସେମାନେ ପୁଲିସ୍ରେ ଅଭିଯୋଗ ଆଣିଛନ୍ତି। ପରସ୍ପରଙ୍କ ଠାରୁ ଅଲଗା ରହିବା ପାଇଁ ପରିବାର ଲୋକ ଏହି ଦମ୍ପତିଙ୍କୁ ଧମକ ମଧ୍ୟ ଦେଇଛନ୍ତି।
ସାମଲି ଜିଲ୍ଲାର ଆଡିସ୍ନାଲ୍ ସୁପରିଟେଣ୍ଡେଣ୍ଟ୍ ଇନ୍ ପୁଲିସ୍ ରାଜେଶ ଶ୍ରୀବାସ୍ତବ କହିଛନ୍ତି କି ଦୁଇଟି ଭିନ୍ନ ଗ୍ରାମର ପୀଡ଼ତା ୨୧ ବର୍ଷୀୟା କୋମଲ(ଛଦ୍ମନାମ) ଓ ୨୪ ବର୍ଷୀୟା ପିଙ୍କି(ଛଦ୍ମନାମ) ବୁଧବାର ପୁଲିସ୍ ଷ୍ଟେସନକୁ ଆସି ବିବାହ ପାଇଁ ପୁଲିସ୍ ସୁରକ୍ଷା ଦାବି କରିଛନ୍ତି।
/sambad/media/post_attachments/wp-content/uploads/2019/06/wedding1-300x200.jpg)
ଅଭିଯୋଗ ଲେଖିବା ପରେ ପୁଲିସ୍ ପରିବାର ଲୋକଙ୍କୁ ଡାକି ସେମାନଙ୍କୁ ହଇରାଣ ନକରିବା ପାଇଁ ନିର୍ଦ୍ଦେଶ ଦେଇଛି। ପୁଲିସ୍ କୋମଲ ଓ ପିଙ୍କିକୁ ସୁରକ୍ଷା ପ୍ରତିଶ୍ରୁତି ଦେବା ସହ ଘରକୁ ପଠାଇଥିବା ସୂଚନା ରହିଛି।
ଏହି ଦୁଇ ଯୁବତୀ କଲେଜରେ ପାଠ ପଢ଼ିବା ବେଳେ ପରସ୍ପରଙ୍କୁ ଭେଟିଥିଲେ। ଗଜିଆବାଦ୍ର ଏକ କଲେଜରେ ପଢୁଥିବା ଏହି ଦୁଇ ଯୁବତୀ ପରସ୍ପର ସହ ୬ ମାସ ହେବ ପ୍ରେମ ସଂପର୍କରେ ରହିଛନ୍ତି।