ମାତ୍ର ୯ ଦିନ ମଧ୍ୟରେ ଦଣ୍ଡ ଶୁଣାଣି; ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ ସହ ୪୫ ହଜାର ଟଙ୍କା ଜରିମାନା

ଲକ୍ଷ୍ନୌ: ଅନେକ ସମୟରେ ଦୁଷ୍କର୍ମ କରି ଦୁଷ୍କର୍ମକାରୀମାନେ ବର୍ଷ ବର୍ଷ ଧରି ବିନା ଦଣ୍ଡରେ ବାହାରେ ବୁଲିଥାନ୍ତି। ବର୍ଷ ବର୍ଷ ଧରି ମାମଲା ଚାଲିଥାଏ ହେଲେ ନ୍ୟାୟ ମିଳି ନଥାଏ।  ମାତ୍ର ଉତ୍ତରପ୍ରଦେଶରେ ଜଣେ ଦୁଷ୍କର୍ମକାରୀକୁ ଶୁଣାଣି ଆରମ୍ଭ ହେବାର ୯ ଦିନ ଭିତରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ପରେ ଘଟଣାଟି ବେଶ୍‌ ଚର୍ଚ୍ଚିତ ପାଲଟିଛି। ଘଟଣାଟି ହେଉଛି ୟୁପିର ସାମ୍‌ଲି ଜିଲ୍ଲାର। ବୁଧବାର ଦିନ ଶୁଣାଣିର ୯ ଦିନ ଭିତରେ ଅଦାଲତ ଦୋଷୀକୁ ଦଣ୍ଡାଦେଶ ଦେଇଛନ୍ତି। ଆଜୀବନ କାରାଦଣ୍ଡ ସହିତ ଦୁଷ୍ପର୍ମକାରୀ ଉପରେ କୋର୍ଟ ୪୫ ହଜାର ଟଙ୍କାର ଜରିମାନା ବି ଲଗାଇଛନ୍ତି।

ଜାଣିବାକୁ ମିଳିଛି ଯେ ଦୁଷ୍କର୍ମକାରୀ ବିମଳ ଜଣେ ୭ ବର୍ଷୀୟା ନାବାଳିକାକୁ ଚକ୍‌ଲେଟ୍‌ ଦେବା ବାହାନାରେ ଏକ ନିଛାଟିଆ ଜାଗାକୁ ନେଇ ଦୁଷ୍କର୍ମ କରିଥିଲା। ଯଦି ନାବାଳିକା ଏ ସଂପର୍କରେ କାହାକୁ କହନ୍ତି ତ ବିମଳ ତାଙ୍କୁ ଜୀବନରୁ ମାରି ଦେବାକୁ ବି ଧମକ ଦେଇଥିଲା। ଘଟଣାଟି ହେଉଛି ୨୦୨୧ ମସିହା ଏପ୍ରିଲ୍‌ ପହିଲାର। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନା‌ରେ ଅଭିଯୋଗ ହେବା ପରେ ୨୦୨୨ ଜୁନ୍‌ ପହିଲାରେ ପୁଲିସ୍‌ ଏକ ଚାର୍ଜସିଟ୍‌ ଦାଖଲ କରିଥିଲା। ଜୁନ୍‌ ୨୧ ତାରିଖରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା ଓ ୯ ଦିନ ମଧ୍ୟରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଆଇପିସି ଧାରା ୩୭୭, ୫୦୬ ଓ ୫ ଅଧୀନରେ ବିମଳକୁ ପୋକ୍ସୋ ଅଧିନିୟମ ଜରିଆରେ ଦଣ୍ଡ ଶୁଣାଣି ହୋଇଛି।

ସମ୍ବନ୍ଧିତ ଖବର