ରାଉରକେଲା: ଦେଶୀ ମହୁଲି ମଦ ଚୋରାଚାଲାଣ ଉପରେ ଅବକାରୀ ଧରିପଗଡ଼ ଜାରି ରହିଛି। ଏହି କ୍ରମରେ ଆଜି ସହରର ବିଭିନ୍ନ ଅଞ୍ଚଳରେ ଅତର୍କିତ ଚଢ଼ଉକରି ୫ ଜଣ ଦେଶୀ ମହୁଲି ମଦ ବେପାରୀ, ଚୋରାଚାଲାଣକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ସ୍ଥାନୀୟ ମହତାବ ରୋଡ୍ର କାରୁ ପାଗୁଆ(୫୨), ଖଡ଼ିଆପଡ଼ାର ସମରା ଓରାମ(୫୫), କୁମ୍ଭାରପଡ଼ାର ମନୋଜ ସିଂହଦେଓ(୪୯), ଗାନ୍ଧୀ ରୋଡ୍ର ସନ୍ତୋଷ ୟାଦବ(୩୦) ଓ ଗୁରୁଦ୍ବାରା ରୋଡ୍ର ହରପାଲ ସିଂହ(୫୦)।
ଅଭିଯୁକ୍ତମାନଙ୍କୁ ପାଖରୁ ୨୧୮ ଲିଟର ବେଆଇନ ମହୁଲି ମଦ ଓ ୨ଟି ସ୍କୁଟି(ସିଜି-୧୫ସିଡବ୍ଲ୍ୟୁ-୭୦୩୨, ଓଡି-୧୪ଡି-୫୭୬୩) ଜବତ ହୋଇଛି। ଏହାସହ ଜଣେ ଅଭିଯୁକ୍ତଙ୍କୁ ନୋଟିସ୍ ଦିଆଯାଇଛି।
ପୁଲିସ ସୂଚନାଅନୁସାରେ, ଅବକାରୀ ବିଭାଗ ପକ୍ଷରୁ ଆଜି ମହତାବ ରୋଡ୍, ଖଡ଼ିଆପଡା, କୁମ୍ଭାରପଡ଼ା, ଗାନ୍ଧୀରୋଡ, ଗୁରୁଦ୍ୱାରାରୋଡ୍, ଗାନ୍ଧୀରୋଡ୍, ମୁଣ୍ଡାଯୋର, ଛେଣ୍ଡ୍ ଆଦି ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ୬ ଜଣଙ୍କୁ କାବୁ କରିଥିବାବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/05/q9zGldWcv6BXQpe2kN0k.jpeg)