ଭୁବନେଶ୍ୱର : ଚୋରା ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ହେଲେ ଧୀରକୁଟି ବସ୍ତିର ମମତା ରାଉଳ(୩୩)। ପୁଲିସ ତାଙ୍କ ନିକଟରୁ ୧୬୨ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିଛି। ଯାହାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ମମତା ଧୀରକୁଟିବସ୍ତିରେ ଥିବା ଏକ ଘରେ ଚୋର ମଦ ବ୍ୟବସାୟ କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ମଙ୍ଗଳବାର ରାତିରେ ମଞ୍ଚେଶ୍ୱର ଥାନା ଅତିରିକ୍ତ ଥାନା ଅଧିକାରୀ ପିକେ ନାୟକଙ୍କ ନେତୃତ୍ୱରେ ପୁଲିସର ଏକ ଟିମ ଚଢ଼ଉ କରି ସେଠାରୁ ବିପୁଳ ପରିମାଣର ବିଦେଶୀ ଓ ଦେଶୀ ମଦ ଜବତ କରିଥିଲା। ପୁଲିସ ସେଠାରୁ ମମତାଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ମମତାଙ୍କୁ କୋର୍ଟ ଚାଲାଣ କରିଛି।
୨ ଲକ୍ଷ ଟଙ୍କାର ମଦ ଜବତ, ମହିଳା ଗିରଫ
/sambad/media/post_attachments/wp-content/uploads/2017/11/Handcuffed_hands_line_drawing-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)