ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଚୀନରେ ୭ବର୍ଷର ଜଣେ ଝିଅ ୪ବର୍ଷର ଶିଶୁ ପୁତ୍ରକୁ କୂଅରେ ପିଙ୍ଗି ଦେଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

Advertisment

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି କି, ଏଭଳି ଘଟଣା ଘଟାଇଥିବା ୭ବର୍ଷର କୁନି ଝିଅ ଟେଲିଭିଜନରେ ଏକ ସୋ’ ଦେଖିଥିଲା। ଏହି ସୋ’ ଜରିଆରେ ‌ସେ ଯାହା ଦେଖିଥିଲା ତାହାକୁ ବାସ୍ତବରେ କରିବାକୁ ଚାହିଁଥିଲା। ତେଣୁ ସେ ଘରେ ଶୋଇଥିବା ତାର ୪ବର୍ଷର ଭାଇକୁ ଉଠାଇ ଆଣି ନିକଟରେ ଥିବା ଏକ କୂଅରେ ଫିଙ୍ଗି ଦେଇଥିଲା।

ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଘଟଣାସ୍ଥଳରେ ପହଞ୍ଚି  ୧୦ମିନିଟ ଭିତରେ ଶିଶୁ ପୁତ୍ରକୁ କୂଅ ଭିତରୁ ଉଦ୍ଧାର କରିଥିଲେ। ଆଉ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ‌ସେଠାରେ ଶିଶୁର ଚିକିତ୍ସା କରିଥିଲେ। ଚିକିତ୍ସା ପରେ ଶିଶୁ ବିପଦମୁକ୍ତ ଥିବା ଡାକ୍ତର କହିଥିଲେ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଲୋକେ ଏହି ଭିଡିଓରୁ ଶିଶୁର କାମ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଇଛନ୍ତି।