ଭୋପାଳ : ଭୋପାଳରେ ରୋହିତ ସିଂହ ନାମକ ଜଣେ ଯୁବକ ବିବାହ ପାଇଁ ଜିଦ୍ କରି ଜଣେ ୩୦ ବର୍ଷୀୟା ମଡେଲଙ୍କୁ ତାଙ୍କ ନିଜ ଫ୍ଲାଟ୍ରେ ଦୀର୍ଘ ୧୨ ଘଣ୍ଟା ଧରି ବନ୍ଦୀ କରି ରଖିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ଦୀର୍ଘ ୮ ଘଣ୍ଟା ଧରି କସରତ କରିବା ପରେ କ୍ରେନ୍ ସହାୟତାରେ ୪ ମହଲାରୁ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛି। ମହିଳାଙ୍କୁ ତାଙ୍କ ନିଜ ଘରେ ବନ୍ଦୀ କରିବା ପରେ ଯୁବକ ଜଣକ ଭିଡିଓ କଲିଂ ମାଧ୍ୟମରେ ମିଡିଆ ସହ କଥାବର୍ତ୍ତା ଜାରି ରଖିଥିଲା। ପୁଲିସ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଲେ ମଡେଲଙ୍କୁ ଆକ୍ରମଣ କରିବାକୁ ଧମକ ମିଳିବାରୁ ସମସ୍ୟା ଉପୁଜିଥିଲା। ତେବେ ରୋହିତ ସେ ବିବାହ ନହେବା ପର୍ଯ୍ୟନ୍ତ ଯୁବତୀଙ୍କୁ ବନ୍ଦୀ କରି ରଖିବେ ବୋଲି କହିଥିଲେ। ପୁଲିସ ଏହି ମାମଲାରେ ନାକେଦମ ହୋଇଥିଲା ବେଳେ ବହୁ କଷ୍ଟରେ ଯୁବକଙ୍କୁ କାବୁ କରି ସନ୍ଧ୍ୟା ସାଢ଼େ ୭ଟା ବେଳେ ମହିଳାଙ୍କୁ ଉଦ୍ଧାର କରିଛି।
ବିବାହ ପାଇଁ ଜିଦ୍ କରି ମଡେଲଙ୍କୁ ବନ୍ଦୀ କଲେ ଯୁବକ
/sambad/media/post_attachments/wp-content/uploads/2018/07/kid.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)