କଳିଙ୍ଗ ଷ୍ଟୁଡିଓ ଛକରେ ଚଢ଼ାଉ କରି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା ଏସ୍‌ଟିଏଫ୍‌, ଧରାପଡ଼ିଲେ ୩ ଅଭିଯୁକ୍ତ

ଭୁବନେଶ୍ବର: ଏକ ଜୀବନ୍ତ ବଜ୍ରକାପ୍ତା ଚାଲାଣ ହେଉଥିବା ସୂଚନା ପାଇବା ପରେ ଶୁକ୍ରବାର ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟୁଡିଓ ଛକଠାରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିଛି। ଏହି ଚାଲାଣରେ ସଂପୃକ୍ତ ଥିବା ଅଭିଯୁକ୍ତମାନେ ହେଲେ ବଡମ୍ବାର ଚିତ୍ରସେନ ସାହୁ,  ପାତ୍ରପଡ଼ାର ଖଗେଶ୍ବର ସାହୁ ଓ ଗଞ୍ଜାମ ଜିଲ୍ଲାର ଭାଗିରଥୀ ବେହେରା।

ଏହି ବଜ୍ରକାପ୍ତା ଚାଲାଣରେ ସଂପୃକ୍ତ ଥିବା ଚିତ୍ରସେନ ସାହୁ ଜଣେ ୱେବ୍‌ ସାମ୍ବାଦିକ ବୋଲି ସୂଚନା ରହିଛି। ଜଗତ୍‌ସିଂହପୁରରୁ ଭୁବନେଶ୍ବର ଅଣା ଯାଉଥିବା ଏହି ବଜ୍ରକାପ୍ତାକୁ ନେଇ ୫ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା। ଏସ୍‌ଟିଫ୍‌ ହାବୁଡ଼ରେ ୱେବ୍‌ ସାମ୍ବାଦିକ ଚିତ୍ରସେନ ପଡ଼ିବା ପରେ ସବୁ ସତ ଓଗାଳିଛନ୍ତି। ବଜ୍ରକାପ୍ତାକୁ ଏକ ଅଟୋ ଯୋଗେ ଅଣା ଯାଉଥିଲା ବୋଲି ସୂଚନା ରହିଛି।

 

ସମ୍ବନ୍ଧିତ ଖବର