ନୂଆଦିଲ୍ଲୀ: ଶନିବାର ଦିନ ଉତ୍ତର ପ୍ରଦେଶ ଅନ୍ତର୍ଗତ ସୀତାପୁରର ଜଣେ କୃଷକଙ୍କ ଉପରେ ଟ୍ରାକ୍ଟର୍ ଚପାଇ ହତ୍ୟା କରିଛନ୍ତି ଋଣ ଆଦାୟକାରୀ ଏଜେଣ୍ଟ୍ମାନେ। ଏଜେଣ୍ଟ୍ ଚଳାଇଥିବା ଥିବା ସେ ଟ୍ରାକ୍ଟର୍ଟି ମୃତ କୃଷକଙ୍କର। ଋଣ ଆଦାୟ କରିବାକୁ ଆସିଥିବା ସେ ଏଜେଣ୍ଟ୍ଙ୍କ ସହ ୪୫ ବର୍ଷିୟ ଚାଷୀ ଜ୍ଞାନଚନ୍ଦ୍ରଙ୍କର ବଚସା ହୋଇଥିଲା।
ଟ୍ରାକ୍ଟର୍ କିଣିବାକୁ ଜ୍ଞାନଚନ୍ଦ୍ର କରିଥିବା ଋଣରୁ ୯୯୦୦୦ ଟଙ୍କା ପରିଶୋଧ କରି ନ ଥିଲେ। ଋଣ ଆଦାୟକାରୀ ଏଜେଣ୍ଟ୍ମାନେ ବକେୟା ଅର୍ଥ ଆଦାୟ କରିବାକୁ ଜ୍ଞାନଚନ୍ଦ୍ରଙ୍କ ଘରକୁ ଯାଇଥିଲେ ମାତ୍ର ସେ ଟଙ୍କା ନ ଦେବାରୁ ତାଙ୍କ ଟ୍ରାକ୍ଟର୍ଟିକୁ ନେଇ ଆସିବାକୁ ଉଦ୍ୟମ କରିଥିଲେ।
୩୫୦୦୦ ଟଙ୍କା ସେ ଋଣ ପରିଶୋଧ ବାବଦରେ ଦେଇଛନ୍ତି ବୋଲି କହିବା ସତ୍ତ୍ୱେ ସେ ଜ୍ଞାନଚନ୍ଦ୍ରଙ୍କ ହାତରୁ ଟ୍ରାକ୍ଟର୍ ଚାବି ଛଡ଼ାଇ ନେଇ ଯାଇଥିଲେ ବୋଲି କହନ୍ତି ଜ୍ଞାନଚାନ୍ଦଙ୍କ ଭାଇ।
ସେ ଟ୍ରାକ୍ଟର୍ ଚଳାଇ ପଳାଇଯିବାକୁ ଚେଷ୍ଟା କରିବାବେଳେ କୃଷକ ଜ୍ଞାନଚନ୍ଦ୍ର ତାଙ୍କୁ ଅଟକାଇଥିଲେ। ତା’ପରେ ସେମାନେ ଜ୍ଞାନଚନ୍ଦ୍ରଙ୍କୁ ଜବରଦସ୍ତ ଟ୍ରାକ୍ଟର୍ରେ ବସାଇ କିଛି ବାଟ ଚଳାଇ ନେଇ ତଳକୁ ଠେଲି ଦେବାରୁ ଟ୍ରାକ୍ଟର୍ ଚାପାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।
ପରେ ପରେ ଋଣ ଆଦୟକାରୀ ଏଜେଣ୍ଟମାନେ ଘଟନାସ୍ଥଳରୁ ଟ୍ରାକ୍ଟର୍ ଚଳାଇ ପଳାଇଥିଲେ।
ଜ୍ଞାନଚନ୍ଦ୍ରଙ୍କ ମୃତ୍ୟୁ ଯୋଗୁଁ ତାଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/tractor.jpeg)