କୋଲକାତା: ଆଜି ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇ ସାରିିଛି। ୫୯ଟି ସଂସଦୀୟ କ୍ଷେତ୍ରରେ ହେଉଥିବା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ମଧ୍ୟ ରହିଛି। ଏହି ନିର୍ବାଚନ ଚାଲିଥିବା ବେଳେ ଅନେକ ସମୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। କେଉଁଟି ଇଭିଏମ୍ ଜାଲିଆତି ତ କେଉଁଟି ବାଡ଼ାପିଟା। ପଶ୍ଚିମବଙ୍ଗରରେ ଇଭିଏମ୍ ଜାତିଆତି ହେଉଥିବା ଦେଖିବାକୁ ମିଳିଥିବା ବେଳେ ବିହାରରେ ପାଟନାରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି।
ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କ ସୁରକ୍ଷାକର୍ମୀ ମଣଗାଧ୍ୟମ ପ୍ରତିନିଧିଙ୍କୁ ମାରଧର କରିଥିବା ସୂଚନା ରହିଛି। ତେଜ୍ ପ୍ରଦାପଙ୍କ ଗାଡ଼ି ତଳେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ ରହିବା ପରେ ତାହାକୁ ବିରୋଧ କରିବାରୁ ତେଜ ପ୍ରତାପଙ୍କ ସୁରକ୍ଷାକର୍ମୀ ତାଙ୍କୁ ଓଲଟା ମାରିଥିବା ଅଭିଯୋଗ ହୋଇଛି।
ଉଲ୍ଲେଖଯୋଗ୍ୟ, ପଞ୍ଜାବରେ ୧୩ଟି ଆସନ ପାଇଁ ମତ ଗ୍ରହଣ ହେଉଥିବା ବେଳେ ଉତ୍ତର ପ୍ରଦେଶରେ ମଧ୍ୟ ୧୩ଟି ଆସନ ପାଇଁ ମତ ଗ୍ରହଣ ହେଉଛି। ସେହିପରି ପଶ୍ଚିମବଙ୍ଗରେ ୯ଟି, ବିହାରରେ ୮ଟି, ମଧ୍ୟପ୍ରଦେଶରେ ୮ଟି, ହିମାଚଳ ପ୍ରଦେଶରେ ୪ଟି, ଝାରଖଣ୍ଡରେ ୩ଟି ଓ ଚଣ୍ଡିଗଡ଼ରେ ଗୋଟିଏ ଆସନ ପାଇଁ ମତ ଗ୍ରହଣ ଚାଲିଛି।