୩ ଦିନରେ ୫ଜଣଙ୍କୁ ନିଶା ଦେଇ ଲୁଟ୍‌

ଭୁବନେଶ୍ୱର : ଗତ ୩ ଦିନ ମଧ୍ୟରେ ମୋଟ ୫ଜଣ ଯାତ୍ରୀ ନିଶାଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି। ୨୫ତାରିଖ ଦିନ ଯାଜପୁର ପରୀ ଅଞ୍ଚଳର ସଂଗ୍ରାମ ପତି କୋଣାର୍କ ଏକ୍ସପ୍ରେସ୍‌‌ରେ ଆସୁଥିବା ବେଳେ ପାଣିରେ ନିଶା ଦେଇ ଲୁଟେରାମାନେ ତାଙ୍କ ମୋବାଇଲ ଓ ୩ ହଜାର ଟଙ୍କା ଲୁଟିଥିଲେ। ନବରଙ୍ଗପୁର ପୁରୁଗାଁର ମହେଶ୍ବର ମାଝୀ ମଧ୍ୟ ସେହି ଟ୍ରେନ୍‌ରେ ଲୁଟ୍‌ର ଶିକାର ହୋଇଥିଲେ। ୨୬ ତାରିଖରେ ଆସ୍କାର ବିଚିତ୍ର ପାଢ଼ୀ ତାମିଲନାଡୁରୁ ଘରକୁ ଫେରୁଥିବା ବେଳେ ଚା’ରେ ନିଶା ଦେଇ ତାଙ୍କୁ ଲୁଟ୍‌ କରାଯାଇଛି। ଆଜି ସକାଳେ ବାଲେଶ୍ବର ସୋରର କରୁଣାକର ସିଂହଙ୍କୁ ପଟିଆ ବିଗ୍‌ ବଜାର ଛକରୁ ଉଦ୍ଧାର କରାଯାଇଛି। ହାଇଦ୍ରାବାଦ୍‌ରୁ ଘରକୁ ଫେରୁଥିବା ବେଳେ ତାଙ୍କୁ ନିଶା ଦେଇ ଲୁଟ୍‌ କରାଯାଇଛି।

ମନ୍ଦିରରେ ମୁଣ୍ଡିଆ ମାରୁ ମାରୁ ହାର ଲୁଟ୍

ଖଣ୍ଡଗିରି : ଶନିବାର ଅପରାହ୍ଣ ପ୍ରାୟ ୨ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ବଜାରସ୍ଥିତ ଏକ ମନ୍ଦିର ନିକଟରୁ ଜଣେ ମହିଳାଙ୍କ ବେକରୁ ହାର ଲୁଟ୍ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ, ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ସସ୍ମିତା ପରିମାଣିକ(୩୬)। ବଜାରସ୍ଥିତ ହନୁମାନ ମନ୍ଦିରରେ ମୁଣ୍ଡିଆ ମାରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ବେକରୁ ସୁନା ହାର ଝାମ୍ପି ଚମ୍ପଟ ମାରିଥିଲେ। ସୂଚନାନୁସାରେ, ସସ୍ମିତା ଓ ତାଙ୍କ ସ୍ୱାମୀ ଶଙ୍କର ପିପିଲିରୁ ବାହାରି ପ୍ରଥମେ ଯାଁଳା ଓଗାଳପଡ଼ାସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ସେଠାରୁ ସେମାନେ ଖଣ୍ଡଗିରି ଆଇଗିଣିଆସ୍ଥିତ ସସ୍ମିତାଙ୍କ ବାପଘରକୁ ଯାଉଥିଲେ। ଜାତୀୟ ରାଜପଥ ଉପରେ ଯାଁଳା ବଜାରସ୍ଥିତ ଏକ ହନୁମାନ ମନ୍ଦିରରେ ମୁଣ୍ଡିଆ ମାରିବାକୁ ଶଙ୍କର ବାଇକ୍ ରଖିଥିଲେ। ସ୍ୱାମୀ-ସ୍ତ୍ରୀ ମୁଣ୍ଡିଆ ମାରୁଥିବା ବେଳେ ହଠାତ୍ ଦୁଇ ଦୁର୍ବୃତ୍ତ ସସ୍ମିତାଙ୍କ ବେକରୁ ସୁନା ହାରଟି ଝାମ୍ପି ନେଇ ବାଇକ୍‌ରେ ଫେରାର୍ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର