ବାଇଡଙ୍କ ଫୋପାଡ଼ି ଲୁଟିଲେ ୫୦ ହଜାର

ଭୁବନେଶ୍ୱର: ଖାରବେଳନଗର ଥାନା ଅଞ୍ଚଳରୁ ଦୁଇଜଣ ଲୁଟେରା ଜଣେ ଯୁବକ ଉପରୁ ବାଇଡଙ୍କ ବିଛୁଆତି ଫୋପାଡ଼ି ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ବାମଦେବ ବିଶ୍ୱାଳ ନାମକ ଜଣେ ଯୁବକ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନା ମୁତାବକ, ମଙ୍ଗଳବାର ଦିନ ପ୍ରାୟ ୪ଟା ସମୟରେ ବାମଦେବ ଖାରବେଳନଗର ସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ଟଙ୍କା ଉଠାଇ ଡେନା ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ବାମଦେବ ଟଙ୍କା ଉଠାଇବା ପର ଠାରୁ ଦୁଇଜଣ ଲୁଟେରା ତାଙ୍କୁ ପିଛା କରିଥିଲେ। ହେଲେ ଏ ବିଷରେ ବାମଦେବ ଜାଣିପାରି ନଥିଲେ। ସେ ସ୍ୱସ୍ତି ପ୍ରିମିୟମ ସମ୍ମୁଖରେ ଯାଉଥିବା ସମୟରେ ପୂର୍ବରୁ ବାଇକ୍‌ରେ ପିଛି କରୁଥିବା ଦୁଇ ଲୁଟେରା ତାଙ୍କ ଉପରକୁ ବିଛୁଆତି ଫୋପାଡ଼ି ଥିଲେ। ଫଳରେ ବାମଦେବ ପଡ଼ିଯାଇଥିଲେ। ଏହାର ସୁଯୋଗନେଇ ଲୁଟେରା ଦ୍ୱୟ ବାମଦେବଙ୍କ ୫୦ ହଜାର ଟଙ୍କା ନେଇଯାଇଥିଲେ। ଏନେଇ ବାମଦେବ ଥାନାରେ ଅଭିଯୋଗ ପରେ ପୁଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର