ଜନସଂପର୍କ ବିଭାଗ କର୍ମଚାରୀଙ୍କ ବେକରେ କଟୁରି ଲଗାଇ ଲୁଟ୍‌

ବାଲିଅନ୍ତା : ଆଜି ସଂଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ବାଲିଅନ୍ତା ଥାନା ଅନ୍ତର୍ଗତ ଗୋପ ବ୍ରାଞ୍ଚ – ଆଣ୍ଠୁଆରୀ ମୁଖ୍ୟ ରାସ୍ତାର ବନବିହାରୀ ଠାକୁର ପୀଠ ନିକଟରୁ ୩ ଜଣ ଦୁର୍ବୃତ୍ତ ରାମଚନ୍ଦ୍ର ପଲେଇ ( ୪୮ ) ଜଣେ ଜନ ସଂପର୍କ ବିଭାଗ କର୍ମଚାରୀଙ୍କ ବେକରେ କଟୁରି ଲଗାଇ ୮ ହଜାର ଟଙ୍କା ସହିତ ତାଙ୍କର ଦାମୀ ମୋବାଇଲ ଫୋନ୍‌ ଓ ଏଟିଏମ୍‌ କାର୍ଡ଼ ତଥା ଗାଡ଼ି ଚାବି ଲୁଟି ନେଇଛନ୍ତି । ସୂଚନାନୁଯାୟୀ ଆଜି ବାଲିଅନ୍ତା ପଞ୍ଚାୟତ ସମିତି ସଭା କକ୍ଷରେ ଆୟୋଜିତ ସୂଚନା ଅଧିକାର ସଚେତନତା କର୍ମଶାଳାରେ ଯୋଗ ଦେଇ ନିଜ ଘର ବିଶରପୁର ଅଭିମୁଖେ ଫେରୁଥିଲେ । ହେଲେ ଏହି ୩ ଜଣଯାକ ଯୁବକ ଏକ ପଲସର ବାଇକ୍‌ରେ ତାଙ୍କୁ ପିଛା କରି ଟଙ୍କା ସହିତ ଏ ସବୁ ସାମଗ୍ରୀ ଲୁଟି ନେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ବିପରୀତ ରାସ୍ତାରେ ଦ୍ରୁତବେଗରେ ପଳାଇଥିଲେ।

ସମ୍ବନ୍ଧିତ ଖବର