ନିଶା ଦେଇ ଲୁଟ୍‌

ଭୁବନେଶ୍ବର : ରବିବାର ଦୁଇ ଟ୍ରେନ୍‌ ଯାତ୍ରୀଙ୍କୁ ଚା’ରେ ନିଶା ଦେଇ ଲୁଟ୍‌ ହୋଇଥିବା ବେଳେ ଆଜି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ କେନ୍ଦ୍ରାପଡ଼ା କେଡ଼ାଗୋରୁଆ ଗ୍ରାମର ଶ୍ୟାମ ଟୁଡ଼ୁଙ୍କୁ ଆଇସ୍‌କ୍ରିମ୍‌ରେ ନିଶା ଦେଇ ଦୁର୍ବୃତ୍ତମାନେ ୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଛି। ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ନୂଆ ଆଇସ୍‌କ୍ରିମ୍‌ ଲଞ୍ଚ୍‌ ହୋଇଛି। ମାଗଣାରେ ସମସ୍ତଙ୍କୁ ଦିଆଯାଉଛି କହି ଦୁଇଜଣ ଯୁବକ ତାଙ୍କୁ ଆଇସ୍‌କ୍ରିମ୍‌ ଦେବା ପରେ ସେ ବେହୋସ୍‌ ହୋଇ ଯାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର