ଯୁବକଙ୍କୁ ଲୁଟି ରାସ୍ତାରେ ଫିଙ୍ଗିଦେଲେ!

ଖଣ୍ଡଗିରି: ରବିବାର ବିଳମ୍ବିତ ରାତିରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ସଂଜ୍ଞାହୀନ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା ଜଣେ ଯୁବକଙ୍କୁ ଖଣ୍ଡଗିରି ଥାନା ପୁଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଛି। ଅପରିଚିତ ଏହି ଯୁବକ ଜଣଙ୍କ ଏବେ ଭୁବନେଶ୍ବର ଏମ୍‌ସରେ କୋମାରେ ଥାଇ ଚିକିତ୍ସିତ ହେଉଛନ୍ତି। ତାଙ୍କ ପକେଟ୍‌ରୁ କେବଳ ଏକ ବାଇକ୍ ଚାବି ମିଳିଥିବାରୁ ସେ ଲୁଟ୍‌ର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ରବିବାର ରାତି ପ୍ରାୟ ୧୧ଟାବେଳେ ଯୁବକ ଜଣଙ୍କ ପାତ୍ରପଡ଼ା କଲ୍ୟାଣୀପ୍ଲାଜା ନିକଟରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ଲୋକେ ଖଣ୍ଡଗିରି ଥାନାକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଭୁବନେଶ୍ବର ଏମ୍ସରେ ଭର୍ତି କରିଥିଲା। ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ଦୁର୍ଘଟଣା ବୋଲି ଅନୁମାନ କରାଯାଉଥିଲେ ବି ବାଇକ୍ ଚାବି ପୁଲିସକୁ ଅଡ଼ୁଆରେ ପକାଇଛି। ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଲୁଟିବା ପରେ ରାସ୍ତାରେ ଫିଙ୍ଗି ପଳାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର