ଦୁର୍ବୃତ୍ତଙ୍କ ଗୁଳି ଯୁବକଙ୍କ ଛାତିରେ ପଶି ପିଠି ପଟେ ବାହାରିଲା, ସାହାଯ୍ୟ ବଦଳରେ ରକ୍ତ ଜୁଡୁବୁଡୁ ଯୁବକଙ୍କ ଭିଡିଓ କଲେ ଦେଖଣାହାରୀ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଗତ ସେପ୍ଟେମ୍ବର ୩୦ ତାରିଖରେ ଲିପ୍ଟ ନଦେବା ହେତୁ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଗୁଳିମାରି ବାଇକ୍‌ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ୧୦୦ନମ୍ବରକୁ ଓ ଘର ଲୋକଙ୍କୁ ଫୋନ୍‌ କରି ସେ ଘଟଣା ବିଷୟରେ ଜଣାଇଥିଲେ। ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ଜୌନପୁରରେ ବସବାସ କରୁଥିବା ସୁନୀଲ କୁମାର ନିଜର ପିଉସୀଙ୍କୁ ପ୍ରତାପଗଡ଼ରେ ଛାଡି ଫେରୁଥିଲେ। ସେହି ସମୟରେ ଜୌନପୁର-ପ୍ରତାପଗଡ଼ ସୀମା ନିକଟସ୍ଥ ସୈଫାବାଦ ନହରରେ ଜଣେ ଯୁବକ ସୁନୀଲଙ୍କୁ ଲିଫ୍ଟ ଦେବା ପାଇଁ କହିଥିଲେ। ସୁନୀଲ ଲିଫ୍ଟ ଦେବାକୁ ମନା କରିବାରୁ ଦୁର୍ବୃତ୍ତ ସୁନୀଲ ଉପରକୁ ଗୁଳିମାଡ କରିଥିଲେ। ଗୁଳି ସୁନୀଲ ଛାତିରେ  ଫୁଟି ବାହାରି ଯାଇଥିଲା। ଦ୍ୱିତୀୟଥର ବି ଦୁର୍ବୃତ୍ତ ଗୁଳି ଚାଳାଇଥିଲେ କିନ୍ତୁ ତାହା ବନ୍ଧୁକରୁ ଫୁଟି ନଥିଲା। ଏହାପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ସୁନୀଲଙ୍କ ବାଇକ୍‌ ନେଇ ଫେରାର ହୋଇଯାଇଥିଲେ।

ରାସ୍ତାରେ ଯାଉଥିବା ଲୋକମାାନଙ୍କୁ ସୁନୀଲ ସାହାଯ୍ୟ ପାଇଁ କହୁଥିବା ବେଳେ ସେମାନେ ବାଟ କାଟି ଚାଲି ଯାଉଥିଲେ ଆଉ କେହିକେହି ଏହି ଘଟଣାର ଭିଡିଓ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିଲେ।

ସୁନୀଲଙ୍କ କହିବାନୁସାରେ, ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ମହିଳା ମୋତେ ଫୋନ୍‌ ଦେଇ ଘଟଣା ସମ୍ପର୍କରେ ପୁଲିସ ଓ ପରିବାରଲୋକଙ୍କୁ ଖବର ଦେବା ପାଇଁ କହିଥିଲେ। ଏହାପରେ ଦୁଇଜଣ ଯୁବକ ସୁନୀଲଙ୍କ ପାଖକୁ ଆସି ଗୁଳି ବାଜିଥିବା ସ୍ଥାନରେ କପଡ଼ା ବାନ୍ଧି ରକ୍ତ ବୋହିବାକୁ ଅଟକାଇବା ସହିତ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।।

ସମ୍ବନ୍ଧିତ ଖବର