ବିଦ୍ୟାଳୟ ଓ ଅଙ୍ଗନଓ୍ଵାଡ଼ି ସେଣ୍ଟରରୁ ଚୋରି

0

ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ସୋମଣାଶାସନ ପଞ୍ଚାୟତ ବିଶ୍ୱାଳପଡ଼ା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ଵାଡ଼ି କେନ୍ଦ୍ରରୁ ଗତକାଲି ରାତିରେ ଚୋରି ହୋଇଛି। ସ୍କୁଲ ଓ ଅଙ୍ଗନଓ୍ଵାଡ଼ି ସେଣ୍ଟର ତାଲା ଭାଙ୍ଗି ଚୋରମାନେ ପାଣି ମଟର, ଗ୍ୟାସ ସିଲିଣ୍ଡର, ଗ୍ୟାସ ଚୁଲା, ଚାଉଳ ବସ୍ତା, ଛତୁଆ ଓ ପିଲାଙ୍କ ଖେଳଣା ଆଦି ଲୁଟି ନେଇଛନ୍ତି। ଏ ନେଇ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। କିନ୍ତୁ ଚୋରଙ୍କ ସୁରାକ ପାଇ ନାହିଁ କି ଚୋରି ସାମଗ୍ରୀ ଉଦ୍ଧାର କରିପାରି ନାହିଁ। ବିଶ୍ୱାଳପଡ଼ାସ୍ଥିତ ଚନ୍ଦ୍ରମଣି ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରାଙ୍କ କହିବା ମୁତାବକ ଗତକାଲି ରାତିରେ ସ୍କୁଲ ପରିସରରେ ଥିବା ସ୍କୁଲର ୪ଟି ଓ ଅଙ୍ଗନଓ୍ଵାଡ଼ିର ଗୋଟିଏ ଘର ତାଲା ଓ କବାଟ ଭାଙ୍ଗି ଚୋରମାନେ ଲୁଟ୍‌ପାଟ୍‌ କରିଥିଲେ। ଚୋରମାନେ ସ୍କୁଲର ଗୋଟିଏ ପାଣି ମଟର, ଗ୍ୟାସ୍‌ ସିଲିଣ୍ଡର, ଗ୍ୟାସ୍‌ ଚୁଲା ଓ ଅଙ୍ଗନଓ୍ଵାଡ଼ି ସେଣ୍ଟରରୁ ୧କ୍ୱିଣ୍ଟାଲ ୧୬କେଜି ଚାଉଳ,୧୦କେଜି ଛତୁଆ, ପିଲାଙ୍କ ଖେଳଣା ଆଦି ହଜାର ହଜାର ଟଙ୍କାର ଜିନିଷ ଚୋରେଇ ନେଇଥିବା ପ୍ରଧାନଶିକ୍ଷକ ପ୍ରକାଶ କରିଛନ୍ତି।ଏନେଇ ବାଲିପାଟଣା ଥାନାରେ ଅଭିଯୋଗ ହେବାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.