ଛିନ୍‌ତାଇ ଅଭି‌ଯୋଗରେ ଦୁଇ ଗିରଫ

ଭୁବନେଶ୍ୱର: ଛିନ୍‌ତାଇ ଅଭିଯୋଗରେ ଖାରବେଳ ନଗର ଥାନା ପୁଲିସ ଆଜି ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ତାରିଣୀ ବସ୍ତିର ଦୀପୁ ବେହେରା ଓ ବସନ୍ତ ବେହେରା। ସେମାନଙ୍କଠାରୁ ମୋବାଇଲ ଚାର୍ଜର ଓ ଶହେ ଟଙ୍କା ସହ ଏକ ସ୍କୁଟି ଜବତ କରାଯାଇଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୋଗ ମୁତାବକ, ବିହାରର ଅଜୟ ଶର୍ମା ସାଲିଆ ସାହିରେ ରୁହନ୍ତି। ଗତକାଲି ରାତିରେ ସେ ଭୁବନେଶ୍ବର ‌ରେଳ ଷ୍ଟେସନରୁ ବାହାରି ଚାଲି ଚାଲି ଯାଉଥିବା ବେଳେ ଦୁଇ ଅଭିଯୁକ୍ତ ଏକ ସ୍କୁଟିରେ ଆସି ତାଙ୍କଠାରୁ ମୋବାଇଲ, ଚାର୍ଜର ଓ ଟଙ୍କା ଲୁଟ୍‌ କରିଥିଲେ। ଅଜୟଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ସମ୍ବନ୍ଧିତ ଖବର