ଲୁଟ୍ ଅଭିଯୋଗରେ ଯୁବକ ଗିରଫ, ବାଇକ୍‌ ଜବତ

ପୁରୁଣା ଭୁବନେଶ୍ବର: ଏୟାର ଫିଲ୍‌ଡ ଥାନା ଅଧୀନ ଭୀମଟାଙ୍ଗି ମୁଖ୍ୟ ରାସ୍ତାରେ ବାଇକ ଲୁଟ୍ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା କେନ୍ଦ୍ରାପଡ଼ା ଜମ୍ବୁ ଥାନା ଅଞ୍ଚଳର ଚନ୍ଦନ ଦେବନାଥ (୨୨)। ଏଠାରେ ଏୟାର ଫିଲଡ୍ ଥାନା ଅଧୀନ ପୁନାମା ଗେଟ୍ ନିକଟ ଅଞ୍ଚଳରେ ରୁହେ। ପୁଲିସ ସୂଚନା ଅନୁଯାୟୀ, ଭୀମଟାଙ୍ଗି ଅଞ୍ଚଳର ଗଦାଧର ସାହୁଙ୍କ ବାଇକଟି ଭୀମଟାଙ୍ଗି ମୁଖ୍ୟ ରାସ୍ତା କାନାଡ଼ା ବ୍ୟାଙ୍କ ସମ୍ମୁଖରେ ଥୁଆ ହୋଇଥିବା ବେଳେ ଚନ୍ଦନ ଚୋରି କରି ନେଇଥିଲା। ଏନେଇ ଗଦାଧର ଥାନାରେ ଅଭିଯୋଗ କରିଥିଲେ। ସିସିଟିଭି ଫୁଟେଜ୍‌ରୁ ପୁଲିସ ଏ ସଂପର୍କରେ ଜ‌ାଣିବା ପରେ ଚନ୍ଦନକୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର