ଚୋରି ଅଭିଯୋଗରେ ଯୁବକ ଗିରଫ

ଖଣ୍ଡଗିରି: ଯାଁଳା ଫାଣ୍ଡି ଅନ୍ତର୍ଗତ ଏକ ତେଜରାତି ଦୋକାନରୁ ଚୋରି କରିଥିବା ଅଭିଯୋଗରେ ଶନିବାର ପୁଲିସ ଜଣେ ଯୁବକକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଯାଁଳାର ସୌଭାଗ୍ୟ ସାହୁ ଓରଫ୍ ମୁନା(୨୪)। ପୁଲିସ ସୂଚନାନୁସାରେ ଗତ କିଛି ମାସ ପୂର୍ବେ ଯାଁଳା ବଜାର ସ୍ଥିତ କୁଞ୍ଜ ସ୍ବାଇଁଙ୍କ ତେଜରାତି ଦୋକାନରୁ ଦୁର୍ବୃତ୍ତମାନେ ପ୍ରାୟ ୩୦ ହଜାର ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି କରି ନେଇଥିଲେ। ଏହି ମାମଲାରେ ପୁଲିସ ପୂର୍ବରୁ ଜଣେ ନାବାଳକକୁ ଗିରଫ କରିଥିଲା ଓ ମୁନା ଫେରାର୍ ହୋଇ ଯାଇଥିଲା। ଗତକାଲି ରାତିରେ ସେ ଘରକୁ ଆସିଥିବା ଖବର ପାଇ ପୁଲିସ ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର