ବାଲିଅନ୍ତା : ଗ୍ରିଲ୍‌ ତାଲା ଭାଙ୍ଗି ଟଙ୍କା ଓ ଗହଣା ଲୁଟ

ବାଲିଅନ୍ତା : ପାହାଳ ଫାଣ୍ଡି ଅଧୀନ ଜନ୍ମେଜୟପୁର ଗ୍ରାମରେ ଭଡ଼ା ଘରେ ରହୁଥିବା ବିପ୍ରବର ସ୍ବାଇଁଙ୍କ ଘର ଗ୍ରିଲ୍‌ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୫ହଜାର ଟଙ୍କା ସହ ୯୦ଗ୍ରାମ୍‌ ଓଜନର ସୁନାଗହଣା ଲୁଟି ନେଇଛନ୍ତି। ଚୋରି ଗହଣା ମଧ୍ୟରେ ଗୋଟିଏ ସୁନାହାର, ଦୁଇହଳ କାନଫୁଲ, ଦୁଇପଟ ଚୁଡ଼ି, ବାହୁଟି ଓ ୪ଟି ସୁନା ମୁଦି। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ। ଏ ସଂପର୍କରେ ବିପ୍ରବର ଆଜି ପୂର୍ବାହ୍ନରେ ପାହାଳ ଫାଣ୍ଡି ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଛି। ହେଲେ ଶେଷ ଖବର ଲେଖା ହେବା ବେଳକୁ ଲୁଟେରାଙ୍କ ପତ୍ତା ପାଇନଥିଲା। ସୂଚନା ମୁତାବକ, ବାରଙ୍ଗ ଥାନା ଅନ୍ତର୍ଗତ ବେଣ୍ଟକାରପଡ଼ା ଗ୍ରାମର ବିପ୍ରବର ଏଠାରେ ଏକ ଘରୋଇ ସ୍କୁଲର ଗାଡ଼ି ଚାଳକ ଭାବେ କାମ କରନ୍ତି। ଗତ ୨୯ ତାରିଖରେ ସେ ସପରିବାରେ ଗ୍ରାମକୁ ଯାଇଥିଲେ। ଏହି ସୁଯୋଗରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମୁଖ୍ୟ ଗ୍ରିଲ୍‌ ତାଲା ଭାଙ୍ଗି ଆଲମିରାରୁ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର