ଲୁଟେରାଙ୍କ କବ୍‌ଜାରେ ରାଜଧାନୀ

୨୫ ବନ୍ଧୁକ, ୧୨୦ ଗୁଳି ଜବତ, ଗଳିକନ୍ଦିରେ ଧଳା ଜହର, ଜାତୀୟ ରାଜପଥ ନେଇଛି ୧୨୮ ମୁଣ୍ତ

କେତେବେ‌ଳେ କବାଟ ତାଡ଼ି ତ କେତେବେଳେ ରାସ୍ତା ମଝିରୁ, ଘରେ ପଶି ହତ୍ୟା ଧମକ ଦେଇ, ପୁଣି କାହାକୁ ନିଶା ଦେଇ…। ମୋବାଇଲ୍‌ଠାରୁ ଆରମ୍ଭ କରି ସୁନାଗହଣା, ଟଙ୍କା, ବାଇକ୍‌ ଲୁଟ୍‌ପାଟ। ବର୍ଷତମାମ ରାଜଧାନୀରେ ଏମିତି ମାତିଥିଲେ ଲୁଟେରା ଗ୍ୟାଙ୍ଗ। ଲୁଟେରାଙ୍କ ଆତଙ୍କରେ ସାଧାରଣ ଲୋକେ ଆତଙ୍କିତ ହୋଇଥିବା ବେଳେ ପୁଲିସର ବି ନିଦ ହଜିଯାଇଥିଲା। ବର୍ଷତମାମ କମିସନରେଟ୍‌ ପୁଲିର ବିଭିନ୍ନ ଥାନା ଅଞ୍ଚଳରେ ଏଭଳି ଆତଙ୍କ ଖେଳାଇ ଲୁଟେରାମାନେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା, ଅଳଙ୍କାର, ଜିନିଷପତ୍ର ଲୁଟିଥିଲେ। ଏନେଇ ବିଭିନ୍ନ ଥାନାରେ ଶତାଧିକ ମାମଲା ରୁଜୁ ହୋଇଛି।

୨୫ ବନ୍ଧୁକ, ୧୨୦ ଗୁଳି ଜବତ

ଚଳିତ ବର୍ଷ ଆରମ୍ଭରେ କମିସନରେଟ୍‌ ପୁଲିସର ସ୍ପେସାଲ ସ୍କ୍ବାଡ୍‌ ସହ ଅପରାଧୀମାନେ ମାତ୍ର ଥରୁଟିଏ ମୁହାଁମୁହିଁ ହୋଇଛନ୍ତି। ସ୍ପେସାଲ୍‌ ସ୍କ୍ବାଡ୍‌ ଗୁଳିରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଘାଇଲା ହୋଇଛନ୍ତି। ସେହିପରି ସ୍ପେସାଲ୍‌ ସ୍କ୍ବାଡ୍‌, କ୍ୟୁଏଟି ଓ ଅନ୍ୟ ଥାନା ପୁଲିସ ବିଭିନ୍ନ ସମୟରେ ଅପରାଧୀମାନଙ୍କଠାରୁ ଚଳିତ ବର୍ଷ ପାଖାପାଖି ୨୫ଟି ବନ୍ଧୁକ, ୧୨୦ଟି ଅଫୁଟା ଗୁଳି ଜବତ କରିଛି।

ଗଳିକନ୍ଦିରେ ଧଳା ଜହର

ବ୍ରାଉନସୁଗାର ବେପାର ଏବେ ରାଜଧାନୀରେ କାୟା ବିସ୍ତାର କରି ଗଲାଣି। ବ୍ରାଉନସୁଗାର କାରବାର ପାଇଁ ପୁଲିସ ମଧୢ ଚିନ୍ତାରେ। ଖୋଦ୍‌ ପୁଲିସ କମିସନର ସତ୍ୟଜିତ ମହାନ୍ତି ଏହା ମଧୢ ସ୍ବୀକାର କରି ସାରିଛନ୍ତି। ରାଜଧାନୀରେ ଘଟୁଥିବା ଏକାଧିକ ଅପରାଧରେ ବ୍ରାଉନସୁଗାର ଖାଉଥିବା ଅପରାଧୀମାନେ ସ˚ପୃକ୍ତ ଅଛନ୍ତି ବୋଲି ପୁଲିସ କହିଛି। ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ବସ୍ତି, ମଞ୍ଚେଶ୍ବର ଥାନା ଅଧୀନ ପଳାସୁଣୀ, ଚକେଇସିଆଣି, ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ମଧୢ ବେଧଡ଼କ ବ୍ରାଉନସୁଗାର ବେପାର ହେଉଛି। କ୍ୟୁଏଟି ଏ ବର୍ଷ ସବାର୍ଧିକ ୩୫ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ପାଖାପାଖି ୫କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରି ସାରିଛି।

ଜାତୀୟ ରାଜପଥ ନେଇଛି ୧୨୮ ମୁଣ୍ତ

ରାଜଧାନୀରେ ଚଳିତ ବର୍ଷ ୫୫୦ଟି ଦୁର୍ଘଟଣା ଘଟିଥିବା ବେଳେ ୧୬୮ ଜଣଙ୍କ ମୃତ୍ୟୁ ଘଟିଛି। ସେଥିମଧୢରୁ ଜାତୀୟ ରାଜପଥ ଉପରେ ମୃତ୍ୟୁ ଘଟିଛି ୧୨୮ ଜଣଙ୍କର। ସତ୍‌ସଙ୍ଗ ବିହାର ଛକ, ଖଣ୍ତଗିରି ଓ ପଳାଶୁଣୀ ଛକ ସହରର ୩ଟି ଡେଥଜୋନ୍‌ରେ ପରିଣତ ହୋଇଛି। ପ୍ରତ୍ୟେକ ମାସରେ ଏହି ଦୁଇଛକରେ ୧୨ରୁ ୧୫ଜଣଙ୍କ ମୃତ୍ୟୁ ଘଟୁଥିବା ପୁଲିସ ହିସାବ କହୁଛି। ଏହାଛଡ଼ା ଅନେକ ପଙ୍ଗୁ ହୋଇଛନ୍ତି। ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଅଧିକା˚ଶ ଯୁବକ ନିଶାସକ୍ତ ଅବସ୍ଥା ଟ୍ରକ ଚାଳକମାନେ ଗାଡ଼ି ଚଳାଇ ଏଭଳି ଦୁର୍ଘଟଣା ଘଟାଇଛନ୍ତି।

ସମ୍ବନ୍ଧିତ ଖବର