ସଫା ଆଳରେ ଗହଣା ଲୁଟିନେଲେ

ଖଣ୍ଡଗିରି: ମଙ୍ଗଳବାର ଚନ୍ଦକା ଥାନା ଗୋଠପାଟଣା ଅଞ୍ଚଳରେ ଦୁଇଜଣ ଦୁର୍ବୃତ୍ତ ସଫା କରିବା ବାହାନାରେ ଜଣେ ମହିଳାଙ୍କଠାରୁ ଗହଣା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ, ଗୋଠପାଟଣା ଆନନ୍ଦନଗରରେ ରହୁଥିବା ତାପସ ରଂଜନ ପ୍ରଧାନଙ୍କ ପତ୍ନୀ। ଦୁର୍ବୃତ୍ତଦ୍ବୟ ତାଙ୍କଠାରୁ ଏକ ସୁନାଚେନ୍ ଓ ହଳେ କାନଫୁଲ ଲୁଟି ନେଇ ଚମ୍ପଟ ମାରିଛନ୍ତି। ଏନେଇ ସେ ଚନ୍ଦକା ଥାନାରେ ଅଭିଯୋଗ କରିବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଦୁଇଜଣ ଯୁବକ ନିଜକୁ ସୁନା ସଫେଇବାଲା ବୋଲି ପରିଚୟ ଦେଇଥିଲେ। ତାପସଙ୍କ ସ୍ତ୍ରୀ ପୁରୁଣା ଏକ ସୁନାଚେନ୍ ଓ ହଳେ କାନଫୁଲ ସଫା କରିବା ପାଇଁ ଦେଇଥିଲେ। ସେ ପାଣି ଆଣିବାକୁ ଭିତରକୁ ଯିବା ପରେ ସେମାନେ ଗହଣା ନେଇ ଚମ୍ପଟ ମାରିଥିଲେ।

ସମ୍ବନ୍ଧିତ ଖବର