ପୁରୀ ଗୋବର୍ଦ୍ଧନ ପୀଠ ବିମଳା ମନ୍ଦିରରୁ ଲୁଟ୍ ! ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ପୁରୀ : ପୁରୀ ଗୋବର୍ଦ୍ଧନ ପୀଠ ପରିସରରେ ଥିବା ବିମଳା ମନ୍ଦିରରୁ ଲୁଟ୍ ହୋଇଛି । ଗତକାଲି ରାତିରେ ଦୁର୍ବୃତ୍ତମାନେ ବିମଳା ମନ୍ଦିରର ତାଲା ଭାଙ୍ଗି ହୁଣ୍ଡି ଲୁଟ୍ କରିଛନ୍ତି । ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଦୁର୍ବୃତ୍ତମାନେ ଲୁଟିନେଇଥିବା ଅଭିଯୋଗ ହୋଇଛି । ସମୁଦ୍ରକୂଳ ଥାନା ପୁଲିସ ବିମଳା ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମନ୍ଦିର ପଛପଟୁ ଭଙ୍ଗା ହୁଣ୍ଡିକୁ ଠାବ କରିଛି ପୁଲିସ । ତେବେ ବିମଳା ମନ୍ଦିରରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିବା ସତ୍ୱେ କେମିତି ଚୋରି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ସେପଟେ, ବରଗଡ ଜିଲ୍ଲାରେ ମଧ୍ୟ ବଡ ଧରଣର ଲୁଟ୍ ହୋଇଥିବା ଖବର ମିଳିଛି । ଭଟଲି ଛକ ନିକଟରେ ଥିବା ଭାରତ ଫାଇନାନ୍ସର ଲକର ଭାଙ୍ଗି ୧୮ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏହି ଲୁଟ କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ଗତ ରାତିରେ ଦର୍ବୃତମାନେ ଭାରତ ଫାଇନାନ୍ସ କାର୍ଯ୍ୟାଳୟରେ ପଶି କଳାକନା ବୁଲାଇଛନ୍ତି । ଏନେଇ ଥାନାରେ ଏତଲା ହେବା ପରେ ବରଗଡ ପୁଲିସ ଛାନଭିନ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର