ପୁଣି ମାତିଲେ ଗ୍ରିଲ୍‌ ତଡ଼ା ଲୁଟେରା : ସୁନାଗହଣା ଓ ଟିଭି ନେଇଗଲେ

ଖଣ୍ଡଗିରି : ଗ୍ରିଲ ତଡ଼ା ସିନ୍ଧିଚୋର ଗ୍ୟାଙ୍ଗ୍‌ ସ୍ଥାନୀୟ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ କାଣ୍ଡ ଘଟାଇ ଚାଲିଛନ୍ତି। ଶୁକ୍ରବାର ରାତିରେ ପୁଣି ଏକ କାଣ୍ଡ କରିଛନ୍ତି। ସ୍ଥାନୀୟ ମଲ୍ଲିକ କମ୍ପ୍ଲେକ୍ସରୁ ଜଣେ ବରିଷ୍ଠ ନାଗରିକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟିଭି ନେଇ ଚମ୍ପଟ ମାରିଛନ୍ତି। ଲୁଟ୍‌ର ଶିକାର ହୋଇଥିବା ବରିଷ୍ଠ ନାଗରିକ ହେଲେ ନକୁଳ ଚରଣ ମଲ୍ଲିକ। ଘରେ ଲୁଟ୍‌ପାଟ୍‌ କରିବା ପରେ ଦୁର୍ବୃତ୍ତମାନେ ଝାଡ଼ା ଫେରି ଯାଇଛନ୍ତି। ଖବର ପାଇ ଶନିବାର ସକାଳେ ଖଣ୍ଡଗିରି ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରି ଫେରିଛି।

ମଲ୍ଲିକ କମ୍ପ୍ଲେକ୍ସ ଲେନ୍‌-୧୦ରେ ପ୍ଲଟ ନ ମ୍ବର ୧୨୫୫ରେ ରହନ୍ତି ଶ୍ରୀ ମଲ୍ଲିକ। ସେ ଓଡ଼ିଶା ଅର୍ଥସେବା ବିଭାଗରୁ ଅବସର ନେଇଛନ୍ତି। ଶୁକ୍ରବାର ରାତିରେ ସେ ଓ ତାଙ୍କର ଜଣେ ସମ୍ପର୍କୀୟ ଘରେ ଥିଲେ। ରାତି ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ସେମାନେ ଚେଇଁ ରହିଥିଲେ। କିନ୍ତୁ ସକାଳେ ଘରର ଏକ ଝରକା ତଡ଼ା ହୋଇ ତଳେ ଥୁଆ ହୋଇଛି ଓ ଭିତରୁ ଚୋରି ହୋଇଛି। ଦୁଇଟି ବେଡ୍‌ ରୁମ୍‌ରେ ପଶି ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ସୁନାଗହଣା ଟଙ୍କା ପଇସା ଓ ଗୋଟିଏ ବଡ଼ ଟିଭି ନେଇ ଯାଇଛନ୍ତି। କେତେ ସୁନାଗହଣା ଥିଲା ଶ୍ରୀ ମଲ୍ଲିକ କହି ପାରି ନଥିଲେ ବି ଲକ୍ଷାଧିକ ଟଙ୍କାର ହେବ ବୋଲି ଅନୁମାନ କରିଛନ୍ତି। ଦୁର୍ବୃତ୍ତ ଦ୍ୱୟ ଟିଭି ନେଇଛନ୍ତି ହେଲେ ଲାପ୍‌ଟପ୍‌ ନେଇ ନଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ୨ ଜଣ ବୋଲି ଅନୁମାନ କରାଯାଉଛି। କାରଣ ତଡ଼ା ହୋଇଥିବା ଝରକା ନିକଟରେ ଦୁଇ ଜଣ ଝାଡ଼ା ଫେରିଥିବା ଦେଖିବାକୁ ମିଳିଛି। ତେଣୁ ବଡ଼ ନିର୍ଭୟ ଓ ରାଗରେ ଦୁର୍ବୃତ୍ତଦ୍ୱୟ ଚୋରି କରିବା ସହ ଏଭଳି କରି ଯାଇଛନ୍ତି। ଅଧିକ ସୁନାଗହଣା ନ ପାଇ ଚୋରଦ୍ୱୟ ଏଭଳି କରିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର