ବାହୁଡ଼ା ଯାତ୍ରା‌ରେ ଲୁଟ୍‌, ୪ ମହିଳା ଗିରଫ, ମୋବାଇଲ ଜବତ

ଭୁବନେଶ୍ବର: ଇସ୍କନ୍‌ର ବାହୁଡ଼ା ଯାତ୍ରା ବେଳେ ଲୁଟପାଟ୍‌ ଅଭିଯୋଗରେ ୪ଜଣ ମହିଳା ଗିରଫ ହୋଇଛନ୍ତି। ସେମାନେ ହେଲେ, ପଶ୍ଚିମବଙ୍ଗ ଖଡ଼ଗପୁରର ଶାନ୍ତା ଦେବୀ, ରେଖା କୁମାରୀ, ଜଟଣୀ ମୁଣ୍ଡାସାହିର ଅତଲୀ ଶବର ଓ ମଞ୍ଜୁ ଶବର। ପୁଲିସ ସେମାନଙ୍କଠାରୁ ୨ଟି ମୋବାଇଲ୍‌ ଓ କିଛି ଟଙ୍କା ଜବତ କରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତକାଲି ବାହୁଡ଼ା ଯାତ୍ରା ବେଳେ ଗହଳିର ସୁଯୋଗ ନେଇ ଏହି ୪ ଅଭିଯୁକ୍ତ ପକେଟ୍‌ମାର ଓ ଲୁଟପାଟ୍‌ କରିଥିଲେ। କମିସନରେଟ ପୁଲିସ ପକ୍ଷରୁ ନିୟୋଜିତ ସାଦା ପୋଷାକଧାରୀ ମହିଳା ପୁଲିସ ସେମାନଙ୍କୁ ଧରିଥିଲା।

ସମ୍ବନ୍ଧିତ ଖବର