ବାଲିପାଟଣା : ଶନିବାର ରାତିରେ ବାଲିପାଟଣା ଥାନାର ଦୁଇଟି ସ୍ଥାନରୁ ଚୋରି ହେବା ପରେ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ଅଦଲାବାଦ ଗ୍ରାମର ବୀରବର ଦାସ, ଜନାର୍ଦ୍ଦନ ଦାସ, ଘନଶ୍ୟାମ ଦାସଙ୍କ ଘରେ ପଶି ବାକ୍ସରୁ ଟଙ୍କା, ସୁନା ଓ ରୁପା ଗହଣା ଲୁଟ କରି ଦୁର୍ବୃତ୍ତ ବାକ୍ସକୁ ଫୋପାଡ଼ି ଫେରାର ହୋଇଯାଇଛନ୍ତି। ଅନ୍ୟ ଏକ ଘଟଣାରେ ପୁବାଗଡ଼ ପଞ୍ଚାୟତ ସ୍କୁଲ୍ ପାଖ ଦ୍ବିତୀକୃଷ୍ଣ ଦାସଙ୍କ କ୍ୟାବିନ୍ ତାଡ଼ି ଦୋକାନରେ ଥିବା ସାମଗ୍ରୀ ଲୁଟି ନେଇଛନ୍ତି। ଏନେଇ ବାଲିପାଟଣା ଥାନାରେ ଆଜି ଦୁଇଟି ଅଭିଯୋଗ ହୋଇଛି। ଥାନା ଅଧିକାରୀ ରାଧାକାନ୍ତ ସାହୁ ଅଦଲାବାଦ ଗ୍ରାମକୁ ଯାଇ ତଦନ୍ତ କରିଛନ୍ତି। ଅଭିଯୋଗରେ ବୀରବର, ଜନାର୍ଦ୍ଦନ, ଘନଶ୍ୟାମ ଦର୍ଶାଇଛନ୍ତି ଯେ, ଗତକାଲି ରାତିରେ ଦାଣ୍ତ ଓ ବାଡ଼ି କବାଟ ଖୋଲି ସେମାନେ ଶୋଇଥିଲେ। ଦୁର୍ବୃତ୍ତ ବୀରବରଙ୍କ ଦେଢ ହଜାର ଟଙ୍କା, ୧ହଳ ପାଉଁଜି, ଗୋଟିଏ ସୁନାଚେନ, ଜନାର୍ଦ୍ଦନ ଦାସଙ୍କର ୩୫ ହଜାର ଟଙ୍କା, ସୁନା କାନଫୁଲ, ସୁନାମୁଦି ନେଇଯାଇଥିଲେ।
ଗୋଟିଏ ରାତିରେ ଦୁଇ ଚୋରି, ଟଙ୍କା, ଗହଣା ନେଇ ଫୋପାଡ଼ି ଦେଲେ ବାକ୍ସ
/sambad/media/post_attachments/wp-content/uploads/2019/07/loot-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)