ଚକାପାଦ: ଚକାପାଦ ଷ୍ଟେଟ ବ୍ୟାଙ୍କରୁ ୭୩ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଶନିବାର ବିଳମ୍ବିତ ରାତିରେ ବ୍ୟାଙ୍କ ପଛପଟ କାନ୍ଥ ଭାଙ୍ଗି ପଶି ଦୁର୍ବୃତ୍ତ ଏହି ଟଙ୍କା ଲୁଟି ନେଇଛନ୍ତି। ହେଲେ ପ୍ରମାଣ ନଷ୍ଟ କରିବା ପାଇଁ ବ୍ୟାଙ୍କରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରାକୁ ମଧ୍ୟ ଦୁର୍ବୃତ୍ତ ଲୁଟି ନେଇଥିବା ଜଣାପଡିଛି। ତେବେ ଗତକାଲି ରବିବାର ଥିବାରୁ ଘଟଣା ସମ୍ପର୍କରେ ଜଣା ପଡିନଥିଲା। ଆଜି ବ୍ୟାଙ୍କ କର୍ମଚାରୀ ସକାଳୁ ଆସି ପଛପଟ କାନ୍ଥ ଭଙ୍ଗା ହୋଇଥିବା ଦେଖି ଚୋରି ସମ୍ପର୍କରେ ଅବଗତ ହୋଇଥିଲେ। ଏନେଇ ବ୍ୟାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ କରିଛି। ଏ କାରଣରୁ ଆଜି ଦିନସାରା ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇଥିଲା।
ଚକାପାଦ ଏସ୍ବିଆଇରୁ ଲୁଟ୍
/sambad/media/post_attachments/wp-content/uploads/2019/06/loot-10.jpg)