ଭୁବନେଶ୍ବର : ଦୀପାବଳିରେ ୟୁନିଟ୍-୬ର ସୁକାନ୍ତ ସାହୁ ନାମକ ଆଇନଜୀବୀ ଘରେ ପଶି ଲୁଟେରାମାନେ ଗହଣା ଓ ଟଙ୍କା ଲୁଟି ନେଇଛନ୍ତି। ଲୁଟେରା ଘରର ସ୍କାଏ ଲାଇଟ୍ ଭାଙ୍ଗି ଆଲମିରାରୁ ମଙ୍ଗଳସୂତ୍ର, ସୁନାମୁଦି ଓ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି। ରବିବାର ସନ୍ଧ୍ୟାରେ ସୁକାନ୍ତ ପରିବାର ସହ ଡେଲ୍ଟା ସ୍ଥିତ ଶ୍ବଶୁର ଘରକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଘରକୁ ଫେରିବା ବେଳକୁ ଘର ଭିତର ପଟୁ ବନ୍ଧ ଥିବା ଦେଖିଥିଲେ। ସେ ବାହାରେ ତାଲା ପକାଇ ଥିଲେ ମଧ୍ୟ ଭିତରପଟୁ ଘର ବନ୍ଦଥିବା ଦେଖି ଚକିତ ହୋଇ ପଡ଼ିଥିଲେ। ଝରକା ପଟେ ହାତ ଗଳାଇ କବାଟ ଖୋଲିବା ପରେ ଘରୁ ଚୋରି ହୋିଥିବା ଦେଖିଥିଲେ। ଏ ସମ୍ପର୍କରେ ସେ ପୁଲିସକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ଦିଗ ଉପରେ ଯାଞ୍ଚ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସନ୍ଦେହରେ ୨ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ ବି କରୁଛି।
ସ୍କାଏ ଲାଇଟ୍ ଭାଙ୍ଗି ସୁନା ଓ ଟଙ୍କା ଲୁଟ୍, ସନ୍ଦେହରେ ୨ ଅଟକ
/sambad/media/post_attachments/wp-content/uploads/2019/10/loot.jpg)