ଦୋକାନରୁ ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଗହଣା ଲୁଟିନେଲେ ଦୁଇ ଲୁଟେରା

ଝାରସୁଗୁଡ଼ା: ବ୍ରଜରାଜନଗର ଥାନା ଅନ୍ତର୍ଗତ ନୂଆଡ଼ିହିରେ ଥିବା ସରାଫ ଜୁଏଲାରି ଦୋକାନରୁ ଆଜି ସନ୍ଧ୍ୟାରେ ୩ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଦୁର୍ବୃତ୍ତମାନେ ଏହି ଦୋକାନରୁ ସୁନା ଓ ରୂପା ଗହଣା ଲୁଟିନେଇଛନ୍ତି। ଘଟଣାଟି ସନ୍ଧ୍ୟା ୬ଟା ୩୦ରେ ଘଟିଛି। ଦୁଇ ଜଣ ମୁଖା ପିନ୍ଧା ଲୁଟେରା ବାଇକରେ ଆସି ଦୋକାନ ଆଗରେ ବାଇକ ରଖି ଦୋକାନ ଭିତରକୁ ଯାଇଥିଲେ।

ଦୋକାନରେ ପ୍ରଥମେ ମାଲିକ ଗୌରାଙ୍ଗ ସରାଫଙ୍କ ମୁଣ୍ଡ ଓ ଛାତିକୁ ଲକ୍ଷ୍ୟକରି ଗୁଳି ଚଳାଇବାକୁ ପ୍ରୟାସ କରିଥିଲେ କିନ୍ତୁ ତାଙ୍କର ପତ୍ନୀ ଆଗକୁ ଆସିବାରୁ ସେମାନେ ତଳକୁ ଫାଙ୍କା ଗୁଳି ଚାଳନା କରି ଭୟଭୀତ କରି ବାକୁ ଉଦ୍ୟମ କରିଥିଲେ। ଏହିସମୟରେ ଅନ୍ୟ ଜଣେ ଲୁଟେରା ଭୁଜାଲି ଦେଖାଇ ଗୌରାଙ୍ଗଙ୍କୁ ଭୟଭୀତ କରି ସାଙ୍ଗରେ ଆଣିଥିବା ଧଳା ବସ୍ତାରେ ଗହଣା ଲୁଟି ନେଇ ଚାଲି ଯାଇଥିଲେ।

ଲୁଟ ହୋଇଥିବା ଗହଣାର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ଭାବରେ ଆକଳନ କରାଯାଇଛି। ଏହି ସମୟର ଦୋକାନରେ ଅନ୍ୟଜଣେ ମହିଳା ଥିଲେ। ଦୁଇଜଣ ଦୁର୍ବୃତ୍ତ ମୁହଁରେରେ କପଡ଼ା ବାନ୍ଧିଥିଲେ। ଖବର ପାଇ ଏସ.ଡି.ପି.ଓ ଦିଲୀପ ଦାଶ, ବ୍ରଜରାଜନଗର ଆଇ.ଆଇ.ସି ବିଶ୍ୱାମିତ୍ର ହରପାଲ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି। ଲୁଟେରାଙ୍କୁ ଧରିବାପାଇଁ ପୁଲିସ ପକ୍ଷରୁ ବିଭିନ୍ନ ରାସ୍ତାକୁ ସିଲ କରି ତନଖି ଆରମ୍ଭ କରି ଭିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ସମ୍ବନ୍ଧିତ ଖବର