କାର୍‌ କାଚଭାଙ୍ଗି ୨୦ ହଜାର ଟଙ୍କା ଲୁଟ୍‌

ଭୁବନେଶ୍ବର: ରାଜଧାନୀରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି କାର‌୍‌ କାଚ ଭଙ୍ଗା ଲୁଟେରା। ମଉକା ପାଇଲେ କଳାକାନା ବୁଲାଉଛନ୍ତି। କାର କାଚ ଭାଙ୍ଗି ଲୁଟୁଛନ୍ତି ଟଙ୍କା ଓ ଜିନିଷ। ଏଭଳି ଏକ ଘଟଣା ଘଟିଛି ସହିଦନଗର ଥାନା ଅଧୀନ ମହର୍ଷି କଲେଜ ଅଞ୍ଚଳରେ। ଏନେଇ ପ୍ରଭାତ ଜେନା ନାମକ ଜଣେ ଯୁବକ ଥାନାରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୯ ତାରିଖ ଅପରାହ୍ଣ ପ୍ରାୟ ୪ଟାରେ ବ୍ୟକ୍ତିଗତ କାମରେ ମହର୍ଷି କଲେଜ ନିକଟକୁ ଯାଇଥିଲେ। ରାସ୍ତା କଡ଼ରେ କାର୍‌ ପାର୍କିଂ କରି ସେଠାରେ ଥିବା ଏକ ଅଫିସ୍‌କୁ ଯାଇଥିଲେ। ହେଲେ ଫେରିବା ବେଳକୁ କାର୍‌ କାଚ ଭଙ୍ଗା ହୋଇଥିଲା। କାର ଡୋର୍‌ ଖୋଲି ଦେଖିବା ବେଳକୁ କାର୍‌ରେ ଥିବା ବ୍ୟାଗ୍‌, ୨୦ ହଜାର ଟଙ୍କା ଓ କେତେକ ଜିନିଷ କେହି ନେଇଯାଇଥିଲା। ଏନେଇ ସେ ସହିଦନଗର ଥାନାରେ ଭଅିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ସହ ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର