ଚନ୍ଦ୍ରଶେଖରପୁର : ଭିକ୍ଷାବୃତ୍ତି ବାହାନାରେ ଚୋରି

ଚନ୍ଦ୍ରଶେଖରପୁର : ପଟିଆ ସବରସାହି ନିକଟରେ ଥିବା ଆରିୟନ୍ କମ୍ପ୍ଲେକ୍ସରୁ ଆଜି ଦୁଇ ଜଣ ମହିଳା ଚୋରି କରିଛନ୍ତି। ଭିକ୍ଷାବୃତ୍ତି ବାହାନାରେ ସେମାନେ ଜଣେ ମହିଳାଙ୍କ ଘରେ ପଶି ଗୃହ ଉପକରଣ, ମୋବାଇଲ୍ ଫୋନ୍ ଓ ହାତ ଘଣ୍ଟା ଆଦି ଚୋରି କରି ନେଇଥିବା ଜଣାପଡ଼ିଛି। ଏନେଇ ମହିଳା ଜଣକ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି।

ଘଟଣା ଅନୁଯାୟୀ ଆଜି ମଧ୍ୟାହ୍ନରେ ଦୁଇ ଜଣ ମହିଳା ଭିକ୍ଷା ମାଗିବା ପାଇଁ କଲୋନି ମଧ୍ୟକୁ ପ୍ରବେଶ କରିଥିଲେ। କଲୋନିର ସସ୍ମିତା ଧଳ ନାମକ ମହିଳାଙ୍କୁ ଦେଖି ସେମାନେ କିଛି ଖାଦ୍ୟ ମାଗିଥିଲେ। ସସ୍ମିତା ଘର ଭିତରକୁ ଯାଇ ଖାଦ୍ୟ ନେଇ ବାହାରକୁ ଆସି ଦେଖିବା ବେଳକୁ ସେମାନେ ନଥିଲେ। ତାଙ୍କ ଘର ଡାଇନିଂରେ ରଖାଯାଇଥିବା ଏହି ସବୁ ଜିନିଷ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର