ଧଉଳି: ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ଛକ ନିକଟରେ ଥିବା ଏକ ହାର୍ଡୱେର ‌ଷ୍ଟୋର ସଟର ତାଲା କାଟି ଶନିବାର ରାତିରେ ଦୁର୍ବୃତ୍ତମାନେ ୫୦ ହଜାର ଟଙ୍କା ସହ ୫୦ ହଜାର ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଦୋକାନ ମାଲିକ ଦୀପକ ମହାରଣା ଧଉଳି ଥାନାରେ ଆଜି ପୂର୍ବାହ୍ନରେ ଲିଖିତ ଅଭିଯୋଗ କରିଛନ୍ତି। ଦୀପକ ଗତକାଲି ରାତି ସାଢ଼େ ୯ଟାରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଆଜି ସକାଳେ ଦୋକାନ ଖୋଲିବାକୁ ଆସିବା ବେଳେ ଦୀପକ ସଟର୍‌ ତାଲା ଭାଙ୍ଗି ‌ଚୋରି ହୋଇଥିବା ଦେଖିବାକୁ ପାଇଥିଲେ।