ଝରକା ବାଟେ ‌ନେଇଗଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଭୁବନେଶ୍ୱର: ଗରମ ପାଇଁ ଝରକା ଖୋଲି ଶୋଇଥିବା ବେଳେ ମଞ୍ଚେଶ୍ବର ଥାନା ସପ୍ତସତୀ ନଗର ପ୍ଲଟ୍‌ ନମ୍ବର ୨୧୫୩/୧୩୩୫୦ର ବାସିନ୍ଦା ମୋହନଜିତ ବେହେରାଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ଲାପ୍‌ଟପ୍‌ ସମେତ ଦୁଇଟି ମୋବାଇଲ ଫୋନ୍‌, ଏକ ହାର୍ଡଡିସ୍କ ଓ ୬ ହଜାର ଟଙ୍କା ନେଇଯାଇଛନ୍ତି। ଏ ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର