କବାଟ ଭାଙ୍ଗି ଟଙ୍କା ଓ ଗହଣା ଚୋରି: ଦୁଇ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ଭୁବନେଶ୍ୱର: ଘର କବାଟ ଭାଙ୍ଗି ଟଙ୍କା ଓ ଗହଣା ଚୋରି ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଦୁଇ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନପୁର ଅଞ୍ଚଳର ସେକ ଆଲାମଗିର ଓରଫ ଆଲାମ(୨୭) ଓ ସେକ ଆଜମିର(୨୮)। ଏଠାରେ ଉଭୟ ତମାଣ୍ଡୋ ଥାନା ଅଧୀନ ନରଗଡ଼ ବସ୍ତିରେ ରୁହନ୍ତି। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏଥିରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ରହିଛି।

ପୁଲିସ ସୂଚନା ମୁତାବକ, କିଛିଦିନ ହେବ ଉଭୟ ଜୟଦେବ ବିହାର ଅଞ୍ଚଳର ଗିରୀଶ ପ୍ରସାଦ ମଲ୍ଲିକଙ୍କ ଘରୁ ଚୋରି ପାଇଁ ଯୋଜନା କରିଥିଲେ। ଗତ ଜୁଲାଇ ୨୪ ତାରିଖରେ ଘରେ କେହିନଥିବା ସୁଯୋଗ ନେଇ ଉଭୟ ଅପରାହ୍‌ଣ ପ୍ରାୟ ୩ଟା ସମୟରେ ଘର କବାଟ ଭାଙ୍ଗି ୫୦ହଜାର ଟଙ୍କା, ସୁନା ହାର, କାନଫୁଲ, ମୁଦି ଆଦି ନେଇଯାଇଥିଲେ। ସନ୍ଧ୍ୟା ସମୟରେ ଘରକୁ ଫେରି ଚୋରି ହୋଇଥିବା ଦେଖି ଗିରୀଶ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଗତକାଲି ରାତିରେ ପୁଲିସ ତମାଣ୍ଡୋ ଥାନା ସ୍ଥିତ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର