ଦିନରେ ଘର ତାଲା ଭାଙ୍ଗି ଚୋରି

ଜଟଣୀ : ସ୍ଥାନୀୟ ଗଜପତିନଗର ସୀତାପତିଲେନ୍‌ ଅଞ୍ଚଳରୁ ସୁନୀଲ୍‌ କୁମାରଙ୍କ ଘର ତାଲାଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଅପରାହ୍ଣ ୨ଟାରେ ସୁନୀଲ୍‌ ନିଜର ରାଜାବଜାର ମୋବାଇଲ୍‌ ଦୋକାନ ବନ୍ଦ କରି ଘରକୁ ଖାଇବାକୁ ଯାଇଥିଲେ। ପହଞ୍ଚିବା ପରେ ଘରର ତାଲା ଭାଙ୍ଗାଯାଇଥିବା ଦେଖିଥିଲେ। ଆଲ୍‌ମିରା ତଡ଼ାଯାଇ ଅଢ଼େଇ ଲକ୍ଷ ଟଙ୍କାରୁ ଊର୍ଧ୍ୱ ମୂଲ୍ୟର ସୁନା ଓ ରୁପା ଅଳଙ୍କାର ସହ ନଗଦ ୧୫ହଜାର ଟଙ୍କା ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ। ଏ ନେଇ ସେ ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ, କିଛିଦିନ ହେବ ଜଟଣୀ ଅଞ୍ଚରେ ବ୍ୟାପକ ଚୋରି ବୃଦ୍ଧି ପାଉଥିବା ବେଳେ କେତେକ ଚୋର ଏମଧ୍ୟରେ ଜେଲ୍‌ରୁ ବେଲ୍‌ରେ ଆସି ଏପରି କାମ କରୁଥିବା ଚର୍ଚା ହେଉଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର